ଘରର ବୁଲ୍ ବୁଲ୍
ଘରର ବୁଲ୍ ବୁଲ୍
ଫୁଲଠୁଁ କୋମଳ
ଝିଅମାନେ ନିରୀହ ଦୁର୍ବାଦଳ
ସହିଯିବେ ନଇଁଯିବେ ନ ବୁଝି ଆମୂଳଚୁଳ
ହସିଦେଲେ ଫୁଟିଯାଏ ଖୁସି ଶତଦଳ ।
କାଚଠୁଁ ଭଙ୍ଗୁର
ଝିଅମାନେ ମର୍ମର କ୍ଷଣଭଙ୍ଗୁର
ରୁଷିଲେ ଘରକୁ ଉଠାନ୍ତି ପକାନ୍ତି
ଦୁମ୍ ଦାମ୍ କଦମ ତାଲ୍ କରନ୍ତି
ମିଛିମିଛିକା ରଡିଥାନ୍ତି ହସନ୍ତି ପରିବାର ।
ଲାଜରେ ଲାଜକୁଳି
ଝିଅମାନେ ସରମୀଲତା ଗଳାମାଳି
ଛିଟଫ୍ରକ୍ ଡ୍ରେସ୍ ଚୁଡିଦାର୍ ପିନ୍ଧି ବାହାରି
ରଙ୍ଗୀନ ପ୍ରଜାପତି ପରି ଭଡନ୍ତି ଘୁରି
ଏ ପିଣ୍ଡାରେ ବକର ବକର ସେ ଦାଣ୍ଡରେ ହୁରି
ଶାଢୀ ପିନ୍ଧିଲେ ଲାଜଟା ପୂରା ଦିଶୁଥାଏ
ଆପାଦ ମସ୍ତକ ଝାଳ ବିନ୍ଦୁ ଦସ୍ତକ ହାବେଳି ।
କାକର ପରି ନିର୍ମଳ
ଝିଅମାନେ କାଢନ୍ତି ଖିଅ ଥଳ ଅଥଳ
ବିନା ବିଷୟବସ୍ତୁରେ ଢିଙ୍କିଶାଳରୁ ଢ଼େଙ୍କାନାଳ
ଗହଳି ଚହଳିରେ ପୂରା ସାଦୁଆ ଗାଈ
ଶାନ୍ତ କାନ୍ତ କମନୀୟ ମୂର୍ତ୍ତି ଅଥଳ ଅଚଳ ।
ମାନ ସମ୍ମାନରେ ପ୍ରହରୀ
ମୁଣ୍ଡ ଟୁଙ୍ଗାରିବାରେ ଆଗରେ ସୁକୁମାରୀ ବିଚାରୀ
ଭିନ୍ନ ପରିପାଟିରେ ମୁଣ୍ଡ କୁଣ୍ଡାଇ ସାରି ପରୀ
ଫେସନ ବାଲି ଚାଲି ପୁଚୁକି ବାଲି ବଲବଲି
ଷ୍ଟାଇଲ୍ ସ୍ନାଇଲ୍ ପିନ୍ଧି ହାଇ ହିଲ୍
ସେଲଫି ମୁଦ୍ରାରେ କେତେ ହୃଦୟ ହାଣି ପକାନ୍ତି ଗଣି କହିପାରିବିନି ମୁରାରୀ ।
ଆଦେଶ ପାଳିବାରେ ଆଗରେ
ଝିଅମାନେ ଅଗ୍ରଦୂତିକା ସେବାରେ ତ୍ୟାଗରେ
ଅତିଥି ଅଭ୍ୟାଗତ ଆଗନ୍ତୁକ ଆସିଲେ ଘରେ
ନମସ୍ତେ ଯୋଡହସ୍ତ ସ୍ମିତହାସ୍ୟ ବଦନେ ଶଙ୍ଖୋଳି କରେ
ଇଜ୍ଜତ ମହତପଣିଆ ବଂଚେଇ କୁନ୍ଥେଇ
କୁଣିଆ ଗଲା ପରେ ।
ସଜବାଜରେ ସର୍ବାଗ୍ରେ
ଝିଅମାନେ ପର୍ବପର୍ବାଣିରେ ପରମ୍ପରା ବ୍ୟଗ୍ରେ
ରୀତିନିତି ପାଳନ୍ତି ମାନନ୍ତି ଶିଘ୍ରେ
ଟିକିଲି ଲଗେଇ ସାରି ପାଉଡର ମାରି
ଆଇନା ଆଗରେ ଅଙ୍ଗଭଙ୍ଗି କରି ପ୍ରସାରି
ରଙ୍ଗ ବେରଙ୍ଗର ଚୁଡି ପାଉଁଜର ପିନ୍ଧି ଉଟାରି
ବାପ ରେ ବାପ
କିଏ ଯଦି ଟିକିଏ ଚିଗୁଳେଇ ଦେଲା
ରାଗରେ ତମତମ ଜାଳିଦେବେ ନାସିକାଗ୍ରେ ।
କାନ୍ଧିବାରେ ପ୍ରଥମ
ଝିଅମାନେ ଅଭିମାନେ ଝରେଇବେ ଲୁହ ନରମ
ଛୋଟ ମୋଟ ଝିମିଟି ଖେଳରେ ଗରମ
ସ୍ନେହ ବାତ୍ସଲ୍ୟ କରୁଣାରେ ପରମ
ସେହି ଘରର ବୁଲ୍ ବୁଲ୍
ବିବାହ ବିଦାୟ ବେଳେ
ବାହୁନି କାନ୍ଧିଲେ
ଛାତି ଭିତରେ ବିରାଟ ଶୂନ୍ୟସ୍ଥାନ ଚରମ ।