STORYMIRROR

Mishra Manasi

Children

3  

Mishra Manasi

Children

ବଣମଲ୍ଲୀ

ବଣମଲ୍ଲୀ

1 min
119

ବଣେ ଫୁଟି ମଲ୍ଲୀ ବଣେ ଝରିଯାଏ

ନଜାଣେ ନିଜର ମୂଲ

ମଳୟ ପବନେ ସୁଗନ୍ଧ ବିଞ୍ଚଇ

ନହୁଏ ସେ କାହା ତୁୁଲ ।।

ଜ୍ଞାନୀ ଗୁଣଜନ ଵିବେକୀ ମହାନ

ଫଳନ୍ତି ବୃକ୍ଷ ସମାନ

ନିିିଜ ଗୁଣ ଲାଗି ନୁୁହଁନ୍ତି ବ୍ୟୟାକୁୁୁଳ

 ପାଇବାକୁ  ସନମାନ ।।

ଜ୍ଞାନ ରୂପୀ ସୁଧା ଅକାତେ ବାଣ୍ଟନ୍ତି

ଜଗତ କଲ୍ୟାଣ ପାଇଁ

ପର ହିିିତ ଚିିଂତେ ମହତ ମଣିଷ

ସଂସାରେ ବୋଲାଏ ସେହିି ।।

ସୁନାରୀ ଚିହ୍ନଇ ସୁନା ଭଲମନ୍ଦ

ଗୁୁୁଣିଆ ଗୁଣକୁ ଚିହ୍ନେ 

ଶିିକ୍ଷା ମନ୍ଦିରରେ ଶିକ୍ଷାକଳ୍ପଦ୍ରୁମ

ବଢୁ ଥାଏ ପରାଯେହ୍ନେ ।

କ୍ଷଣିକ ଜୀବନେ ମନ ହରିିିନିଏ

ରାତିକ ପାଇଁ ଶେଫାଳୀ

ନପାଏ ଆଦର ସୁନ୍ଦର ପଳାଶ

ପାଶେ ନଯାଏ ତା ଅଳି ।।

ରାଜା ସିିନାବଡ଼ ପରଜା ପାଇଁ କି

ପୂୂଜା ପାଏ ତା ରାଜ୍ୟରେ

ବିିଦ୍ୟା ଓ ବିଦ୍ୱାନ ଜଗତେପୂଜିତ

କାଳ କାଳ ମହୀତଳେ ।।

ସତ୍ୟ ଦୟା କ୍ଷମା ମୈତ୍ରୀ ପ୍ରୀତିଭାବ

ଗରୁ ସିନା ହିିଂସା ଠାରୁ

ଅହିଂସା ଧରମ ଦର୍ଶନେ ନିବସେ

ସନ୍ଥସିନା ବାଲ୍ୟକାଳୁ ।।

ସୁୁୁନ୍ଦର ଜଗତ ସରଳ ଜୀବନ

ବୃୃୃହତ୍ତର ସ୍ୱାର୍ଥ ମତେ

ନିିିଜ ସ୍ୱାର୍ଥ ତ୍ୟାଗୀ କରମେ ଧରମେ

ଚିନ୍ତଇ ବସି ଏକାନ୍ତେ ।।

ପାପ ପଙ୍କିଳ ଜୀଵନ ପାବଛ

କରୁଣା ଵାରୀରେ ଧୋଇ

ଦୀର୍ଘ ନିରାମୟ କର କୃପାମୟ

ତବ ଶୁୁଭାଶୀଷ ଦେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children