ଗଛ
ଗଛ
ଗଛରେ ଗଛ କେମିତି ତୋତେ
ଠାକୁର ଗଢିଛି କରି ଯତନ
ସ୍ୱଚ୍ଛ ତୋ ମନ |0|
ପର ଉପକାର କରୁ ତୁ କେତେ
ସୁଜନ ପ୍ରାଣୀଙ୍କ ବେଭାର ଯେତେ
ସହି ଖରା ବର୍ଷା ଶୀତ କାକର
ଛାଇ ଦେଉ ଶାନ୍ତି ସର୍ବ ଜୀବନ |1|
ସୁଜନ ଜନଙ୍କ ଗୃହକୁ ଯାଇ
ଅତିଥି ଯେହ୍ନେ ନିରାଶ ନୁହଇଁ
ଜୀବିକା ହେଉ ତୁ ନାରନାରୀଙ୍କ
ଜଗତେ ସାର ତୋ ଜୀବନ ଧନ୍ୟ |2|
ତୋ ଫୁଲ ଫଳ ପତ୍ର ବକଳ
ଦାରୁ ଛାଇ ଛାଲି ପୁଣି ତ ମୂଳ
ଭସ୍ମ ଅଙ୍ଗାର ଲାଖ କ୍ଷାର ଅଠା
ବିମୁଖ ନ ହୋଇ କରୁ ତୁ ଦାନ |3|
ଗୃହକୁ ବାଡ଼ ତୋ ଗଛର ଡାଳ
ବାୟୁରେ ଛାଡୁ ତୋ ବଳକା ଜଳ
ରୋଷେଇ କରୁ ଅଙ୍ଗାରକାମ୍ଳରେ
ଶ୍ୱାସକ୍ରିୟା ପାଇଁ ତ ଅମ୍ଳଜାନ |4|
ଔଷଧ ରୂପେ ତୋର ନାନା ଅଙ୍ଗ
ସେବନ୍ତି ମାନବ ଦୂରଇ ରୋଗ
ତୋ ତିଆରି ବଣ ଜଙ୍ଗଲ ସତ
|ମୋହିଥାଆନ୍ତି ସର୍ବ ଜନମନ |5|
ତୋ ପାଇଁ ବରଷା ହୁଏ ସତତ
ଧନ୍ୟ ଯିଏ ପର ସେବାରେ ବ୍ରତ
ନିସ୍ଵାର୍ଥପର ତ ହେଲେ ତୋ ପରି
ଇହ ପରେ ରଖି ଯଶ ସମ୍ମାନ |6|
ସଂକଳ୍ପ କରୁଚି ତୋ ପରି ହେବି
ପର ସେଵା କରି ଯଶ ରଖିବି
ଯେଉଁ କଳାକର ଗଢ଼ିଛି ତୋତେ
ତା ପାଦେ ମୋ ଶତ କୋଟି ନମନ |7|
