STORYMIRROR

DILIP KUMAR SAHOO

Children Stories

3  

DILIP KUMAR SAHOO

Children Stories

ମୋ ଓଡ଼ିଶା (ଭାଗ-୧୯)

ମୋ ଓଡ଼ିଶା (ଭାଗ-୧୯)

1 min
209

ଭଦ୍ରକର ଚାନ୍ଦବାଲି କନିକା ଦୀପ

ବଖାଣନ୍ତି ସାହାସୀ ସାଧବଙ୍କ ଗପ ।


ଢେଙ୍କାନାଳ କପିଳାସ ପାହାଡ଼ ମାଳା

କୈଳାସ ପତି କରନ୍ତି ଯେଉଁଠି ଲିଳା।


ଅନୁଗୋଳ ଗାଥା ଗାଏ କୋଇଲା ଖଣି

ନାଲକୋ ଆମ ରାଇଜର ମଉଡ ମଣି ।


ଯାଜପୁର ଜିଲ୍ଲାର କଳିଙ୍ଗନଗର

ଲୌହ ଇସ୍ପାତ ଶିଳ୍ପରେ ସେ ଭରପୁର।


ନାଭି ଗୟା ପାଇଁ ଯାଜପୁର ଯେ କ୍ଷାତ

ପୂଜା ପାଉଛନ୍ତି ଯହିଁ ବିରଜା ମାତ ‌‌।


ଜଗତସିଂହପୁର ଯେ କଳାର ଭୂଇଁ

ଯାତ୍ରା ଅପେରା ଯାର ମନ ନିଏ ମୋହି।


ମାଆ ସାରଳାଙ୍କ ସେତ ପୂଣ୍ୟ ଭୂଇଁ

ଜି୍ହ୍ହା କ୍ଷେତ୍ର ଭାବେ କ୍ଷାତ ସେ ଅଟଇ ।


କେନ୍ଦେରାପଡ଼ା ପବିତ୍ର ତୁଳସୀ କ୍ଷେତ୍ର

ବଳଦେବଙ୍କର ଅଛି ଭବ୍ୟ ମନ୍ଦିର।


ଭିତରକନିକା ସେ ଜାତୀୟ ଉଦ୍ୟାନ

ବଉଳା କୁମ୍ଭୀର କିଣି ନିଅନ୍ତି ମନ ।


ଭଞ୍ଜ ଭୂମି ଗଞ୍ଜାମର କଳା ସଂସ୍କୃତି

ଗର୍ବ ଗଉରବ ଆମ ଭଞ୍ଜ ଭାରତୀ ।


ଭଞ୍ଜ ସାହିତ୍ୟରେ ସମୃଦ୍ଧ ମୋ ଭାଷା 

ଓଡ଼ିଶା ମାଆ ମୋର ଓଡ଼ିଶା....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍