ମୋ ଓଡ଼ିଶା (ଭାଗ-୧୯)
ମୋ ଓଡ଼ିଶା (ଭାଗ-୧୯)
ରାୟଗଡା କୋରାପୁଟ ଜିଲ୍ଲା ଏମିତି
ଭରି ରହିଅଛି ଯହିଁ ଖାଲି ବକ୍ସାଇଟ।
ମାଲ୍କାନାଗିରିର ସରଳ ବଣ୍ଡା ମଣିଷ
ପ୍ରକୃତି ଉପରେ ତାଙ୍କ ଭାରି ବିଶ୍ୱାସ।
ନବରଙ୍ଗପୁର ସେତ ସ୍ୱପ୍ନ ସନ୍ଦରୀ
ବଣ ଜଙ୍ଗଲ ପ୍ରପାତ ରହିଛି ଭରି ।
ବୈତରଣୀ ଲୁହା ଖଣି ମାଆ ତାରିଣୀ
କେନ୍ଦୁଝର କଥା ଗାଥା ଯାଏ ବଖାଣି।
କଳାର ହାଣ୍ଡି ସେତ ଆମ କଳାହାଣ୍ଡି
ଗରବ ତା ମାଣିକେଶ୍ଵରୀ ବେଲଖଣ୍ଡି।
ଖଣିଖାଦାନରେ ଭରା ଜିଲ୍ଲା ଆମର
ସୁନ୍ଦରଗଡ ଯାର ଶୋଭା ସୁନ୍ଦର।
ଝାରସୁଗୁଡା ଜିଲ୍ଲାରେ ଅଛି ବି ଖଣି
ସେଲାଗି ସେ ଜିଲ୍ଲା ଆଜି ଶିଳ୍ପେ ଅଗ୍ରଣୀ ।
ବାଲେଶ୍ଵର ଚାନ୍ଦିପୁର ସମୁଦ୍ର ବେଳା
ଯୁଆର ଭଟ୍ଟା କରନ୍ତି ସେଠାରେ ଲିଳା ।
ଜୁଆରିଆ ସମୁଦ୍ରକୁ ଲାଗଇ ଡର
ଭଟ୍ଟା ବେଳେ ରୂପ ତାର କି ମନୋହର।
ସମୁଦ୍ର ଚାଲିଯାଏ ଦୂରକୁ ପଳାଇ
ଖେଳନ୍ତି ବୁଲନ୍ତି ଲୋକେ ଭିତରେ ଯାଇ ।
ଜୁଆର ଭଟ୍ଟା ଜଗାଏ ଅନେକ ଆଶା
ଓଡ଼ିଶା ମାଆ ମୋର ଓଡ଼ିଶା....
