କଜ୍ଜଳପାତି
କଜ୍ଜଳପାତି
କଜ୍ଜଳପାତି କଜ୍ଜଳପାତି
ଝରକା ଉପରେ ବସୁଛୁ ନିିତି ।
କଳା ଜରଜର ଦେହଟି ତୋର
କୁୁନିକୁନି ଆଖି କେଡେ ସୁନ୍ଦର ।
ସୂୂରୁଜ ଉଇଁଲେ ପୂରୁବ ଦିଗେ
ଉଡି ବୁୁଲୁଥାଉ ମନ ସରାଗେ ।
କିିିଚିିରି ମିିିଚିିିରି କରି ଶବଦ
ଭାଙ୍ଗିି ଦେଇ ଥାଉ ଅଳସ ନିଦ ।
ଝଙ୍କା ବରଗଛ ତୋହର ବସା
ଡର ନାହିଁଁ ତୋର ଖରା ବରଷା ।
କାଠି କୁଟା ଆଣି କୁୁନି ଥଣ୍ଟରେ
ବସା ବାନ୍ଧିଥାଉ ଗଛ ଡାଳରେ ।
ଟିିକି ପକ୍ଷୀଟିଏ ଚାଲାକ୍ ଭାରି
ବୁୁୁଝେ ଟିକିନିଖି ଦୁୁଃଖ ସବୁରି ।
ସଵୁରି ମନରେ ଆନନ୍ଦ ଦେଇ
ଘୁୁରି ଵୁୁଲୁ ନିଜେ ସ୍ୱାଧୀନ ହୋଇ ।।
