STORYMIRROR

Mallika singh

Others Children

3  

Mallika singh

Others Children

ତ୍ରିରଙ୍ଗା

ତ୍ରିରଙ୍ଗା

1 min
108


 ବିଜୟ କେତନ ଉଲ୍ଲାସେ ଉଡ଼େ

 ପବନ ରେ ଫରଫର୍

ତା ଲାଗି ଆମର ଉନ୍ନତ ଶିର 

 ନତ ବିଶ୍ବ ଦରବାର ।


ଶାନ୍ତି ମୈତ୍ରୀ ପ୍ରୀତି ପ୍ରଗତିର ଚିହ୍ନ

 ପୁଣ୍ୟ ଭୂମିର ନିଶାଣ

ଧର୍ମ ନିରପେକ୍ଷ ସ୍ୱାତନ୍ତ୍ରତା ଯାର

ସ୍ଵତନ୍ତ୍ର ତାହାର ସ୍ଥାନ ।


ଉଡ଼େ ସେ ଯେଉଁଠି ଝରିପଡେ ସେଠି

ଜନ - ଗଣ -ଜୟ ଗୀତି ...

ସେ ଗୀତି ର ସୁରେ ଜାତି ପ୍ରାଣ ଧାରେ

ଭରି ଯାଏ ଶାନ୍ତି ମୈତ୍ରୀ ।


ଜୟ ଜୟ ଧ୍ୱନି ସ୍ଲୋଗାନ ଶୁଭଇ

 ବୀର ଶହୀଦ ଙ୍କ ପାଇଁ

ଗାନ୍ଧୀ ଜବାହର ଲାଲ୍ -ବାଲ୍ - ପାଲ୍

ସ୍ମୃତି ଉଠେ ମନେ ଚେଇଁ ।


ତିନି ରଙ୍ଗେ ରଙ୍ଗାୟିତ ତା ଶରୀର

 ତ୍ରିରଙ୍ଗା ତାହାର ନାମ

ଅଖଣ୍ଡ ଭୁଖଣ୍ଡ ଅକ୍ଷୁର୍ଣ୍ଣ ରଖିଇ

ଭାରତ ର ସାର୍ବଭୌମ ।


ଉପରେ କେଶରୀ ସାହାସ ପ୍ରତୀକ

 ମଝିରେ ଧବଳ ବର୍ଣ୍ଣ

ସତ୍ୟ ଶାନ୍ତି ଭାବ କରଇ ପ୍ରକାଶ

ଧରି ପ୍ରଗତି ର ଚିହ୍ନ ।


ସେ ପ୍ରଗତୀ ଚକ୍ର ତଳକୁ ରହିଛି

 ସମୃଦ୍ଧ ସବୁଜ ବର୍ଣ୍ଣ

ଧନ୍ୟ ହେ ବିନ୍ଧାଣି ପିଙ୍ଗଳି ଭେଙ୍କେୟା

ଧନ୍ୟ ତୁମ ମନ ମୁନ ।


Rate this content
Log in