STORYMIRROR

LALIT MOHAN DASH

Children Stories Romance Inspirational

3  

LALIT MOHAN DASH

Children Stories Romance Inspirational

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
173


ଗଣତନ୍ତ୍ର ଆଉ ଅଛିକି ଭାରତେ

ପାଳିବା ଆମେ ଯେ ତାକୁ

ନେତା ମନ୍ତ୍ରୀ ପରା ଛିନ୍ନ ଭିନ୍ନ କରି

ଯୋଡନ୍ତି ତାଙ୍କ ଆଇନୀକୁ |

ଆଇନୀ ବ୍ୟବସ୍ଥା କହିଲେ ନସରେ

ପୁଲିସି ହେଇଛି ମୂକ,

ନେତା ମନ୍ତ୍ରୀଙ୍କର ହାତ ବାରିସୀ ସେ

ନାମକୁ ଯାହା ରକ୍ଷକ |

ସର୍ବୋଚ୍ଚ ନୟାଳୟକୁ ଯେଣେ ଏଠି

କରୁଥାନ୍ତି ବେଖାତିରି,

ସମ୍ବିଧାନ ନୀତି ମାନନ୍ତି କେଉଁଠି

ଆମରି ନେତା ମନ୍ତିରୀ |

ମହାପୁରୁଷଙ୍କୁ ନେତା ମନ୍ତ୍ରୀ ହେଇ

ଦେଉଥାନ୍ତି ଯେଣେ ଗାଳି,

ଆଜିଗୋଟେ ଦିନ ବୋଲିଲେ ଭଷାଣ

କି ସମ୍ମାନ ଯାଏ ବଳି |

ସ୍ୱାଧୀନ ସଂଗ୍ରାମୀ ହୁଅନ୍ତି ବଦନାମୀ

ହୁଏ ତାଙ୍କ ରାଜନୀତି,

ଧର୍ମାନ୍ତୀକରଣ ନାମରେ ଯେଉଁଠି

ଭଙ୍ଗା ହୁଏ ତାଙ୍କ ମୂର୍ତ୍ତୀ |

ତ୍ରିରଙ୍ଗାର ମୂଲ୍ୟ ଦେଉଛି କିଏ ଯେ

ଉଡେଇବା ଆଜି ସାଥୀ,

ଘରେ ଘରେ ଯେଣେ ଉଡୁଛି ତ୍ରିରଙ୍ଗା

ସବୁଦିନ ସବୁରାତି |

କିଏ ଭାବୁଅଛି ପକେଟ ରୁମାଲ

କିଏ ଭାବେ ଛିଣ୍ଡା ପୋଛା,

ଚିଆର ଟେବୁଲ ଧୂଳି ଲାଗିଥିଲେ

କରନ୍ତି ତହିଁରେ ସଫା |

ଏ ନିୟମ ବି ଆମ ଦେଶେ ପ୍ରଚଳିତ

ଥିଲା ଯାହା ଅସମ୍ଭବ,

ଆମ ଦେଶ ମୁଖ୍ୟ କରନ୍ତି ସାବ୍ୟସ୍ତ

ଅସମ୍ଭବୁ ଯେ ସମ୍ଭବ |

ତଥାପି ପାଳିବା ସ୍ୱଚ୍ଛ ମନେ ଆମେ

ଯେଉଁମାନେ ଏକ ମତ,

ସ୍ୱାଧୀନ ସଂଗ୍ରାମୀ ମହାପୁରୁଷଙ୍କୁ

ଦେଇ ସମ୍ମାନର ପୋତ |

ତ୍ରିରଙ୍ଗା ଉଡେଇ ସମ୍ମାନ ଜଣେଇ

ରଖିବା ତାକୁ ଉର୍ଦ୍ଧରେ,

ଅସମ୍ମାନ କେବେ କରିବାନି ତାକୁ

ପଡ଼ି କାହା ପ୍ରରୋଚନାରେ |

ଜୟ ଜୟ କାର ବନ୍ଦେ ମାତ ରମ

ଇନକ୍ଳବ ଜିନ୍ଦାବାଦ,

ନାରା ଲଗେଇବା ଆମ୍ବେଦକରଙ୍କ

ପ୍ରକମ୍ପିତ କରି ଶବଦ |


Rate this content
Log in