STORYMIRROR

Ajit Kumar Raut

Children Stories

3  

Ajit Kumar Raut

Children Stories

ପରିବେଶ

ପରିବେଶ

1 min
177


ଶୁଣ ଶିଶୁରେ କର୍ଣ୍ଣକୁ ଡେରି

ସୁରକ୍ଷା ପରିବେଶ ଆମରି।


କର୍ତ୍ତବ୍ୟ ଅଟେ ବାବୁ ଆମର

ଜୀବନରେ ତାର ଦରକାର।


ଶରୀର ଗଠନ ତାର ଯୋଗୁଁ  

ଅମ୍ଳଜାନ ଶିଶୁ ଦିଏ ଅଙ୍ଗୁ।


ଗଛ ଲଗେଇବା ଜଳକୁ ଦେବା

ଆମ କର୍ତ୍ତବ୍ୟ ଆମେ କରିବା।


ପୁଷ୍ପ ଉଦ୍ୟାନ ଘରେ କରିବା

ସୁନ୍ଦର ବାସ୍ନା ତହୁଁ ପାଇବା


ମୃଦୁ ମଳୟ ବହୁରେ ଥିବ 

ପ୍ରାଣୀଙ୍କ ମନେ ଖୁସି ଆଣିବ।


ଧରଣୀ ଡାକଛୁ ରକ୍ଷା କର 

ନର କରୁ ଅଛି ଅତ୍ୟାଚାର।


କାଟୁଛି ଗଛକୁ ନିତିଦିନ 

ପରିବେଶରେ ତା ନାହିଁ ଧ୍ୟାନ।


ଜାଳୁଛିରେ ଗଛପତ୍ର ନିତି 

ମନରେ ତାହାର ନାହିଁ ପ୍ରୀତି।


କେତେ ସୁନ୍ଦର ଏ ପରିବେଶ

ରକ୍ଷା କରିବା ଆମ ଉଦ୍ଦେଶ୍ୟ।


ସ୍ୱାସ୍ଥ୍ୟ ଟି ରହିବା ଜୀବନରେ

ରୋଗଟି ନ ହେବ ଶରୀରରେ।


ଇନ୍ଦ୍ରଧନୁ ଦୃଶ୍ୟ ଦିଶୁ ଥିବ

ଜଳପ୍ରପାତରେ ଜଳ ଥିବ।


ଭ୍ରାମରର ହମ୍ ଶୁଣାଯିବ 

ତାଳରେ ମୟୂର ନାଚୁ ଥିବ।


ଣୁଣରେ ଶିଶୁ ଦେଇଣ ଧ୍ୟାନ 

ରକ୍ଷା ପରିବେଶେ ରଖ ମାନ।



Rate this content
Log in