STORYMIRROR

Chinmayee Kanta

Children Stories Inspirational Children

3  

Chinmayee Kanta

Children Stories Inspirational Children

ଆସ ପଢିବା ପାଠ

ଆସ ପଢିବା ପାଠ

1 min
192


ପୁଷି ମିଆଁଉ ପୁଷି ମିଆଁଉ

ପାଖକୁ ଆସ

ପାଖେ ବସି ଆମ ସହ

ଅଙ୍କଟି କଷ ll

 ମିଆଁଉ ମିଆଁଉ ବୋଲି, ଗୀତଟେ ଗାଅ

 ଆମ ସାଥିରେ ଖେଳି

 ତୁମେ ସାଙ୍ଗେ ଏକା, ସାଙ୍ଗ ହୋଇଛି

 ଝୁଲିବା ଆମେ ଦୋଳି ll

 ବାଘ ମାମୁଁ ହାଉଁ କଲେ, ଆମେ କରିବା ମିଆଁଉ

 ତାଙ୍କ ସହିତ ନାଚିବା ଆମେ କରିକି ଟାଉଁ ଟାଉଁ।

କାଉ ଗାଉଥିବ ତାହାରି ଗୀତ, କରିକି କା କା

କିଚିରି ମିଚିରି ଶବଦ ଦେଇ ଆସିବ ଘରଚଟିଆ।

 କୁହୁ କୁହୁ ଗାଏ କୋଇଲି ରାଣୀ ଆମ୍ବ ଗଛଟିରେ

 କୁକୁଡ଼ା ରାବି ଉଠାଇ ଦିଏ ପ୍ରତି ସକାଳରେ।

ଘୁମୁ ଘୁମୁ ହୋଇ ପାରା ପରିବାର ଗାଉଥାନ୍ତି ତାଙ୍କ ଗୀତ,

ବସିକି ଏଠି ପଢିବା ଆସ ହୋଇ ସଭିଏଁ ମିତ ll

ବିଲୁଆ ଡ଼ାକିବ ହୁକେ ହୋ ବୋଲି

ଛେଳି କହୁଥିବ ମେ..

ସେଇ ଶବଦକୁ ନେଇକରି ଆଜି ପାଠ ପଢିବା ଆମେ।

ଢକ ଢକ ବୋଲି ବତକ ଆସିବ

ଭୋ ଭୋ ହୋଇ କୁକୁର

ହମା ହମା ବୋଲି ଶବ୍ଦ ଶୁଭୁଥିବ

ଗାଈ ଗୁହାଳରୁ ମୋର ll

କୁରୁ କୁରୁ ବୋଲି ଖାଦ୍ୟ ମାଗୁଥିବ

ଗେହ୍ଲି ଶୁଆ ମୋର 

ଚିଂ ଚାଁ ବୋଲି ବଣିର ଶବଦ

ସବୁ ଶବଦ ଅତି ମନୋହର ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍