STORYMIRROR

Alhadini Panigrahi dash

Fantasy Others

3  

Alhadini Panigrahi dash

Fantasy Others

ମା', ମୁଁ ଓ ଶୀତରାତି

ମା', ମୁଁ ଓ ଶୀତରାତି

1 min
329

ଶୀତ ଆସେ

ପ୍ରତିବର୍ଷ ଭଳି

ବୋହିଆଣେ

କିଛି ସ୍ମୃତି, କିଛି ଅନୁଭୁତିର ମିଶ୍ରିତ ମୁହୂର୍ତ୍ତ ।

ହ୍ରୁଦୟ ସଂପୁଟ ଖୋଲି ସଂନ୍ତର୍ପଣରେ ବାହାରି ଆସନ୍ତି

ସଯତ୍ନେ ସାଇତା ଅତିତର ଚିତ୍ର

ମା ସହ ମୋର ଖୋଲା ଆକାଶ ତଳେ

ନିଆଁ ସେକି ହେବାର ଅଭୁଲା ମୁହୂର୍ତ୍ତ l

ସେତେବେଳେ ମୋର ନ ଥିଲା ଘର

ନ ଥିଲା ଶୀତ ତାପ ନିୟନ୍ତ୍ରିତ ଯନ୍ତ

ନ ଥିଲା ଗରମ ପୋଷାକ ମାନଙ୍କର ଭିଡ l

ମାଆ ର ନିର୍ଭୟ ପଣତ ତଳେ

ଜଣା ପଡୁ ନଥିଲା ଦୂ8ଖ

ମୋ ମୁହଁ ରେ ହସ ଟିକେ ଦେବାକୁ

ମା ପିଇ ଯାଉଥିଲା ଯନ୍ତ୍ରଣା ର ବିଷ l

ସେଦିନ ର ନାହିଁ ,ନାହିଁ ଭିତରେ ବି

ଥିଲା ସବୁ ଅଛି ର ସୁଖ

କାରଣ

ସେତେବେଳେ ମୋ ମଥା ରେ ଥିଲା

ମୋ ମାଆ ର ଆଶିଷ ଭରା ହାତ l

ଆଜି ମାଆ ର ସ୍ବର୍ଗ ପ୍ରାପ୍ତି ପରେ

ସବୁ ଥାଇ ମଧ୍ୟ ,ମନ ରେ ମୋର

ବିରାଟ ଶୁନ୍ୟତା

କିଛି ନ ପାଇବାର ଗ୍ଳାନି l

କାରଣ

ଏବେ ବି ମନ ଖୋଜେ

ସେଇ ଶୀତ ରାତିର

ମୁକୁଳା ଛାତିରେ

ଖୋଲା ଆକାଶ ତଳେ

ମା' ସହ ନିଆଁ ପୋଇଁ ବାର

ଅପୁର୍ବ ଅନୁଭବ ।


Rate this content
Log in

Similar oriya poem from Fantasy