Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Tragedy

2  

ତାରାପ୍ରସାଦ ଜେନା

Tragedy

ଲୁହରେ ସଜେଇ ନିଜକୁ ଭିଜେଇ ପାଉନି ଏମିତି ବଳ

ଲୁହରେ ସଜେଇ ନିଜକୁ ଭିଜେଇ ପାଉନି ଏମିତି ବଳ

1 min
27



ଲୁହରେ ଭିଜେଇ ନିଜକୁ ସଜେଇ

ପାଉନି ଏମିତି ବଳ

ପଛକୁ ଦେଖୁଛି ଆଗକୁ ଦେଖୁଛି

ଗଡ଼ାଏ ଯାହା ମୁଁ ବେଳ 

...........ଲୁହରେ ଭିଜେଇ ନିଜକୁ ସଜେଇ

           ପାଉନି ଏମିତି ବଳ ! ୦ !


କଥାରୁ କାହାଣୀ ନିଜେ ମୁଁ ପଢୁଚି

ନୀରବି ଗଲିଣି ଆଉ

ବିଶ୍ବାସ ଭିତରୁ ନିଃଶ୍ୱାସ ଟିକକ

ଛାଡ଼ିଲା ପରିକା ଦାଉ

ଆକାଶ ଚାହିଁଲେ ଧୂସର ଦିଶୁଚି

ମୋ ପାଇଁ ହେଇନି ନୀଳ

...........ଲୁହରେ ଭିଜେଇ ନିଜକୁ ସଜେଇ

           ପାଉନି ଏମିତି ବଳ ! ୧ !


ଭୂମିରୁ ଭୂମାକୁ ସ୍ବାଗତ ବରଣ

ଉଭେଇ ଗଲାଣି ଆଜି

ପ୍ରେମର ବରଷା ମରୁଡ଼ି ଭାଷାକୁ

ସତେ କି ହେଲାଣି ରାଜି

ଖେଳିବା ପାଇଁକି ଭାଗ୍ୟକୁ ମିଳିଛି 

କଠିନ ଜୀବନ ଖେଳ 

ଲୁହରେ ଭିଜେଇ ନିଜକୁ ସଜେଇ

           ପାଉନି ଏମିତି ବଳ ! ୨ !



Rate this content
Log in

Similar oriya poem from Tragedy