STORYMIRROR

Usharani Sahoo

Tragedy

4  

Usharani Sahoo

Tragedy

ମିଛ ପ୍ରତିଶ୍ରୁତି

ମିଛ ପ୍ରତିଶ୍ରୁତି

1 min
285

 

ତୁମେ ଶୋଇଗଲ ଶାନ୍ତିରେ ଶେଯରେ

ସ୍ୱପ୍ନରେ ଯାଇଛ ହଜି

ହେଲେ ମୁଁ ଆଜି ଜଳୁଛି ଜ୍ୱଳାରେ

ଉତ୍ତର ପାଉନି ଖୋଜି।

ଜାଣିପାରିଲିନି କଥାରେ ତୁମର

ଥିଲା ଯେ କେତେ ଛଳନା

ମିଛ ଆଶ୍ୱାସନା ଦେଇ ପ୍ରତିଶ୍ରୁତି

କରିଲ କେତେ ବାହାନା।

ସରଳ ମନଟା ଵୁଝିପାରିଲାନି

ଏତ ମୋହ ମାୟା କଥା

କାହିଁକି କେଜାଣି କିମିଆ ହୋଇଲା

ନୁଆଁଇଲା ନିଜ ମଥା।

ଚାହିଁ ନଥିଲି ମୁଁ ପ୍ରିତୀର ମହକ

ଅବା ହୀରାନୀଳା ମୋତି

କେବଳ ଟିକିଏ ସ୍ନେହ ଆଶୀର୍ବାଦ

ଖୋଜୁଥିଲି ସଦା ନିତି।

ବଦଳରେ ତୁମେ ଜହର ଯେ ଦେଲ

ଜଳୁଛି ହୃଦୟେ ଆଜି

ଚକ୍ଷୁ ଥାଇ ମୋର ଅନ୍ଧ ହେଲି ମୁହିଁ

ହଜାଇ ଦେଇଛି ଜ୍ୟୋତି।

କଣ୍ଢେଇଟେ ଭାବି ମୋ ସାଥେ ଖେଳିଲ

ଖେଳଣା କରିଲ ମୋତେ

କି ସୁଖ ମିଳିଲା ହୃଦୟକୁ ତୁମ

ଶାନ୍ତି ଅବା ଲାଭ ସତେ?

ଏତେ ସ୍ୱାର୍ଥପର କେମିତି ସାଜିଲ

ଚାହିଁଲନି ଟିକେ ଫେରି

ଅତୀତର ସ୍ମୃତି ପାଶୋରି କି ଦେଲ

ହୃଦୟ ପାଷାଣ କରି।

କଥା ଦେଇ କଥା ରଖିଲନି ତୁମେ

କରିଦେଲ ସାତପର

ମୋର ହୃଦୟକୁ ଚୁନା ଚୁନା କରି

ଗଢିଲ ଆପଣା ଘର।

ତଥାପି ମୋ ମନେ ନାହିଁ କିଛି ଆଶା

କିମ୍ବା କିଛି ଅଭିଳାଷ

କଥା ଦେଲି ଆଜି ତୁମ ଚଲାପଥେ

ହେବି ନାହିଁ କଣ୍ଟକିତ।

ଯେଉଁଠି ବି ଥାଅ ଭଲରେ ଯେ ଥାଅ

କରୁଛି କାମନା ଆଜି

ସବୁ ଖୁସି ଯେତେ ମିଳିଯାଉ ସତେ

ହସୁଥାଅ ଦିନ ରାତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy