STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବେଗବତୀ ନଈ

ବେଗବତୀ ନଈ

1 min
327


ଯେତେ ପରକାରେ 

ବୁଝେଇ କହିଲି

ଯେତେ ସରାଗରେ 

ଗେହ୍ଲେଇ ବୋଧିଲି

ଲୁହକୁ ମୁଁହି

ବେଶି ଝରିଗଲା 

ବେଶି ବୋହିଗଲା

ସକସକ ହୋଇ 

ବେଗବତୀ ନଈ

ମାନିଲା କାହିଁ ?


ନିର୍ମଳ ଲୁହର ଶ୍ରାବଣ ଧାର

ବହୁଥାଏ ବାରମାସୀ ଝର

ବେନି ନୟନରେ ବନ୍ୟା ବିତ୍ପାତ

କି ଧୌର୍ଯ୍ୟ ଧରିବ କୁହ ଶାଶ୍ଵତ ?


ବୁଝେଇବାକୁ ହେବ

ପୁଣି ଅଣ୍ଟା ଭିଡ଼ିଲି

 ପୁଣି ପାଗ ବାନ୍ଧିଲି

ଆଉ ପାଦେ ଆଗେଇଲି 

ନୟନ ଯୁଗଳ ମୋର ନିଜର ବୋଲି ।


ତୁ କାହିଁ ଝରୁଛୁ

ଦୁଃଖରେ କି ସୁଖରେ

କାହିଁକି ମାରୁଛୁ ?


ତୁ କାହିଁ ଅବୁଝା ଅଝଟିଆ

ଅକାଳେ ସକାଳେ 

ଟପ୍ ଟପ୍ ଖସି ପଡ଼ୁ ବରକୋଳିଆ !


ତୁ କାହିଁ ଏତେ ଅଭିମାନିନୀ ?

ପଦିଏ କଟୁ ବାକ୍ୟରେ

ବନ୍ଧ ଭାଙ୍ଗିଯାଏ ତୋର

 ଲୁହବର୍ଷଣୀ ।


ଘର ସମ୍ଭାଳିବୁ କେମିତି 

ଲାଜକୁଳି ମୌନାବତୀ ?

ଲହ ପିଇ ଦିଇ ସବୁ ଲାଗିବ ବିଷ

ଅମଡ଼ା ବାଟରେ ଜୀବନ ଆରମ୍ଭ

ବାକି ଅଛି କେତେ ଝଡ଼ ଝଞ୍ଜା କଳୁଷ ।


କଥାରେ ଅଛି ପରା

ପଥର ପଡ଼ିଲେ ସହି

ସଂସାର ହାଟରେ ବସା ବାନ୍ଧିଛୁ ତୁହି ।


କାନ୍ଦୁରା ଆଖି ହଳେ

ବତୁରା ମୁଖମଣ୍ଡଳେ

ଡୋଳା ଲେଭଟାଇ ଚାହିଁଲା 


ଆଖିରେ ଆଖି ମିଶେଇଲା

ଚାରି ଚକ୍ଷୁରୁ ମିଳନ ହେଲା

ପୁଣି ନୀରବ ନିଥର ସ୍ଥାଣୁ

ଲୁହ ଝରିଗଲା ତିନ୍ତି ନୟନ କୋଣୁ


ତୁମ ପାଷାଣ ନିରବତା

ତୁମ ଉପେକ୍ଷା ବ୍ୟସ୍ତତା

ସହି ପାରୁନି ଆଉ

ତୁମ ବିରହ ବିଛେଦ 

କାଟି ପାରୁନି ଆଉ

ତୁମ ଅଙ୍ଗନ ଆଲିଙ୍ଗନ

ମରମ ଭେଦୁଛି କହୁ


ଘରେ ଭିଡ଼ କୋଳାହଳ

କିନ୍ତୁ ନିସଙ୍ଗ ଜୀବନ

କହିବି କାହାକୁ ?

ଶୁଣିବ ବା କିଏ

ତେଣୁ ଝରି ଯାଉଛି ଚୁପ୍ ଚାପ୍

ହାଲୁକା ଲାଗୁଛି ବର୍ଷିଲେ ଟୁପ୍ ଟାପ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy