କବିତା - ଲୁହର ପାଉଣା
ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୭-୨୦୨୫
ତୁମ ଆଖିର ବିନ୍ଦୁ ବିନ୍ଦୁ ଅମାନିଆ ଲୁହ
ମୋତେ ଆହତ ଅପରାଧି ସଜେଇ
ମୋ ଭିତରେ କୃତ୍ରିମ ହ୍ରଦ ଖୋଳେଇ
ପ୍ଳାବିତ ବନ୍ୟା ଜଳରେ ବୁଡ଼େଇ ଦେବାକୁ
ମନେ ମନେ କରିଛି ବୋଧେ ଥୟ
ତୁମ ଆଖିର କେଇ ଟୋପା ଅଥୟ ଲୁହ
କୋହ କ୍ରୋଧ ଫେଣ୍ଟା ଫେଣ୍ଟି ସୁଅ
ଝରିଲେ ଝର୍ଝର ଝରଣା ଅହରହ
ମୋ ଛାତି ତଳ କୋରି ପକାଏ
ମୋ ଚେକଡ଼ା କଲିଜାଟା ଧକ୍ ଧକ୍ ଧାଉଁଥାଏ
ଖଣ୍ଡ ବିଖଣ୍ଡିତ ହେବାକୁ ବୋଧେ ଲୟ
ତୁମ ଟପ୍ ଟପ୍ ତତଲା ଦୁଇ ଧାରିଆ ଲୁହ
ଫୁଟୁ ଥିଲା ଅଗ୍ନୀ ସ୍ଫୁଲିଙ୍ଗ ପରି କୁହ
ମୋ ଧୌଯ୍ୟର ମାଙ୍କଡ଼ା ପଥର ସବୁ ଚୂନା ହେଉଥିଲା
ଯେମିତି ଢ଼େଙ୍କି ପାହାରରେ ମୁଣ୍ଡ କୁ ଗୁଣ୍ଡ
କରିବାକୁ ପଣ କରିଛି ବୋଧେ ତୟ
ତୁମ ନିରୀହ ଆଖିର ପଶ୍ଚାତାପିଆ ଲୁହ
ମୋ ମଞ୍ଜ ମେରୁଦଣ୍ଡକୁ ଦୋହଲିବାକୁ
ପୟାସ କରୁଥିଲା ଅବଶ୍ୟ ବିନୟ ଅନୁନୟ
ମୁଁ ଦୈବାତ୍ ଖୋଜି ଅଣ୍ଡାଳି ବସିଲି
ଲହଡି ଭାଙ୍ଗୁଥିବା ନୟନ ଭର୍ମିରେ
ଝରକା ବାହାରର ଛମ୍ ଛମ୍ ବର୍ଷାର ବିତାନ
ବେଶି ସ୍ପର୍ଶକାତର
ନା ତୁମ ଆଖି ବନ୍ୟାରେ ଉବୁଟୁବୁ ମୁଖ ମୟୁଖର ବାଲିଘର
ଘର ସଂସାରର ବୁର୍ଜ ଖାଲିଫା
ତୁମ ଆଖି ଲୁହରେ କି ଟଳ ମଳିବ ?
ତୁମ ଭକ୍ତି ବନ୍ଧା ବିଶ୍ୱାସ
ତୁମ ଲୁହ ମିଶା ନିଃଶ୍ୱାସ
ତୁମ କୋହ ଭରା ପ୍ରଶ୍ଵାସ
ତୁମ ଆସ୍ଥା ଲୋଡା ଆଶ୍ଵାସ
ସମୟ କହିବ
ଆଉ କଡ଼ା ଗଣ୍ଡାରେ
ହିସାବ ରଖିବ ଲୁହର ପାଉଣା
ଜୀବନ ହସିବ
ତୁମ ଲୁହ ପୋଛି ଦେଇ କୋଳେଇ ନେଲେ
ହସଫୁଲ ଫୁଟିବ ଭବ୍ୟ ଗହଣା |