ଲୁହ
ଲୁହ
ଜନ୍ମରୁ ଯାତନା ଦେଇଛ ହେ ନାଥ
ମନ କାନ୍ଦୁଛି ଗୁମୁରି,
ହୃଦୟରେ କୋହ ସୀମା ଲଂଘୁଅଛି
ଆଖି ଲୁହେ ଯାଏ ଭରି |
କେଉଁ ଜନମର କର୍ମଫଳ ଇଏ
ଏ କେଉଁ ପ୍ରାରବ୍ଧ ମୋର,
ଯାହାପାଇଁ ଆଜି ଯାତନା ସହୁଛି
ସଭିଏଁ ମୋର ନିଜର |
ସମୟ ସୁଅରେ ଏ ଦେହ ପତ୍ରଟେ
ଭାସି ଯାଉଅଛି ଦୂରେ,
ଲୁହକୁ କରିଛି ଏକାନ୍ତ ନିଜର
ଆଖିକୋଣେ ନୀତି ଝରେ |
ତୁମ ଦାନ ଭାବି ସାହିଯାଉଛି ମୁଁ
ଅଭିଯୋଗ କରିନାହିଁ,
ଅନୁରୋଧ ମୋର ହେ କଳାଠାକୁର
ଧର୍ଯ୍ୟ ବନ୍ଧ ଭାଙ୍ଗନାହିଁ |
ତୁଚ୍ଛ ନର ମୁହିଁ ସହିକି ପାରିବି
ମେରୁ ମଥାରେ ପଡିଲେ,
ତୁମର ଆଶିଷ ସଂଗେ ରହିଥିଲେ
ବିପଦ ଟଳିବ ଦୂରେ |
ଆଖିର ଲୁହକୁ ମନର କୋହକୁ
ତୁମେ ବୁଝ ଭାବଗ୍ରାହୀ,
କାହା ଆଗେ ଆଉ ଜଣାଇବି ଦୁଃଖ
ତୁମେ ଏକା ସାହା ସାଇଁ |