STORYMIRROR

SARATA KUMAR DAS

Tragedy

3  

SARATA KUMAR DAS

Tragedy

ଲୁହ

ଲୁହ

1 min
19.4K



ମୋ ଏକଲା ପଣର

ଏକାନ୍ତ ଅନୁଗତ

ମୋ ନିସ୍ବ ସାମ୍ରାଜ୍ୟ ର

ଏକାଙ୍ଗ ସମ୍ରାଟ

ମୋ ସନ୍ତାପିତ ପ୍ରାଣର

ଅନ୍ତରଙ୍ଗ ସାଥୀ

ମୋ ଅନ୍ୟମନସ୍କତା ର

ଏକମାତ୍ର ସାକ୍ଷୀ

ତମେ ମୋର ଅତି ନିଜର

ଅତି ଆପଣାର ।।


ଆକାଶକୁ ଚାହିଁଲେ

ତମକୁ ମୁଁ ଦେଖେ

ସାଗରକୁ ଚାହିଁଲେ

ତମ ମୁହଁ ଦେଖେ

ବର୍ଷାରେ ତମେ

ଝରୁଥାଅ ଝର ଝର

ପବନ ଦୋଳିରେ

ଝୁଲୁଥାଅ ବାରମ୍ବାର

ମୋ ଆଖି ରେ ବିଦ୍ୟମାନ

ତମରି ଅସ୍ତିତ୍ବ

ସଦା ନିରନ୍ତର

ତମେ ମୋର

ଚିର ସହଚର ।।


ମୋ ଶୂନ୍ୟ ଇଲାକାରେ

ତମେ ହଁ ଆୟୁଷ୍ମାନ

ବେଦନା-ବିଧୂର ମନରେ

ତମରି ସ୍ବାକ୍ଷର

ଚିର ଜାଜ୍ଜ୍ବଲ୍ୟମାନ

ଚିର ଭାସ୍ବର

ମୋ ଅତିତ ବର୍ତ୍ତମାନ

ଓ ଭବିଷ୍ୟତ

ସମର୍ପିତ ସବୁ

ତମ ଉଦ୍ଦେଶ୍ୟ ରେ

ବନ୍ଧା ଯାହା

ଗୋଟିଏ ସୂତ୍ରରେ ।।


ସ୍ବପ୍ନ ସବୁ

ଭାଙ୍ଗିଗଲା ପରେ

ବୟସଟା

ଗଡିଗଲା ପରେ

ଜୁଆରରେ ଭଟ୍ଟା

ପଡିଗଲେ

ବେଗମତୀ ନଦୀ ଟା

ଶୁଖିଗଲା ପରେ

ବସନ୍ତ ଟା

ବାସହରା ହେଲେ

ତମେ ହିଁ ସାହାରା କେବଳ

ତମେ ହିଁ ତ

ଦିଗ ବାରେଣୀ

ଦିଗହରା ବୋଇତର

ଉତ୍ତାଳ ସ୍ରୋତରେ ।।


ରଙ୍ଗୀନ ଦୁନିଆଁ ର

ଖୋଳପା ଭିତରେ

ଯେତେ ଅସଂଜତ

ଇଛାସବୁ

କୁହୁକ ରାଜ୍ୟରେ

ବାନ୍ଧି ହୋଇଯାଏ

ସିକ୍ତ ହୃଦୟ

ରିକ୍ତ ପାପୁଲି

ଚିତ୍କାର କରେ

ଶୂନ୍ୟ ପଥେ

ହାହାକାର, ଆର୍ତ୍ତନାଦ

କାରୁଣ୍ୟତାର

ଯେତେ ସୁର

ପିଟିହେଉଥାଏ

ଶୂନ୍ୟ ରେ ,

ମହା ଶୂନ୍ୟ ରେ ।।


କୁହ ତେବେ

କିଏ ମୋ ନିଜର ?

ତମେ ନା ........... !


ଦୁଇ ବାହୁ ମୋର

ପ୍ରସାରିତ ହୁଏ

ଲମ୍ବି ଯାଏ ଦୂରକୁ ଦୂରକୁ

ତମର ଆଲିଙ୍ଗନ ପାଇଁ ,

ତମେ ଓହ୍ଲାଇ ଆସ

ମୋ ଶୂନ୍ୟ ହୃଦୟ କୁ

ଛୁଇଁଯାଅ ମୋ

ସକଳ ସତ୍ତାକୁ

ଝରୁଥାଅ ଝର ଝର ।।

----------

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ।


Rate this content
Log in

Similar oriya poem from Tragedy