STORYMIRROR

Pratima Satpathy

Children

3  

Pratima Satpathy

Children

ଲୁଚକାଳି ଖେଳ

ଲୁଚକାଳି ଖେଳ

1 min
203


ଲୁଚକାଳି ଖେଳ ପିଲାଦିନେ ମୁହିଁ

    ସାଙ୍ଗସାଥୀଙ୍କ ମେଳରେ

ଘର ଓ ବାହାରେ ଅଗଣା ଭିତରେ

    ଖେଳୁଥିଲି ଆନନ୍ଦରେ।


ସେ ଖେଳରେ ଥିଲା ବହୁତ ଆନନ୍ଦ

    ଚୋର ଓ ପୋଲିସ୍ ଖେଳ

ଜଣେ ହେବ ଚୋର ଖୋଜିବ ସଭିଙ୍କୁ

     ବୁଲି ବୁଲି ଚାରିଆଡ଼।


ପ୍ରଥମେ ଯାହାକୁ ଖୋଜି ସେ ଛୁଇଁବ

    ସେ ସାଙ୍ଗ ହୋଇବ ଚୋର

ଏହିପରି ଖେଳ ଚାଲେ ପ୍ରତିଦିନ

    ଖେଳରେ ହୁଏ ବି ଗୋଳ।


ଲୁଚକାଳି ସାଥେ ଅନ୍ଧପୁଟୁଳି ଓ

    ରୁମାଲ ଚୋରିର ଖେଳ

ଜଣଙ୍କ ଆଖିକୁ ଗାମୁଛାରେ ବାନ୍ଧି

    ଖେଳା ହୁଏ ଏହି ଖେଳ।


ଅଣ୍ଡାଳି ଅଣ୍ଡାଳି ଚାଲୁଥାଏ ସିଏ

    ଜଣକୁ ଧରି ପକାଏ

ଯାହାକୁ ପ୍ରଥମେ ଧରି ପକାଏ ସେ 

    ତାହା ଆଖି ବନ୍ଧା ହୁଏ।


ନୀଳ ଆକାଶରେ ବଉଦ ଫାଙ୍କରେ

    ଜହ୍ନ ଖେଳେ ଲୁଚକାଳି

ବିଜୁଳି ଚମକେ ଘଡଘଡି ଡାକେ

    ଆକାଶରୁ ଝରେ ବାରୀ।


ଜୀବନଟା ଏକ ଖରା ଛାଇ ଖେଳ 

   ଆଜି ଅଛି କାଲି ନାହିଁ

ସମୟ ଖେଳଇ ଲୁଚକାଳି ଖେଳ

    ସୁଖ ଓ ଦୁଃଖକୁ ନେଇ।


ପିଲାଦିନ ଖେଳ ସାଙ୍ଗସାଥୀ ମେଳ

    ଜୀବନର ସ୍ମରଣୀୟ

ଉଜ୍ଜୀବିତ ହୋଇ ରହିଥିବ ହୃଦେ

    ନ ହେବ କେବେ ବିଲୟ।


ଫେରିବନି କେବେ ଆଉ ସେହିଦିନ

     ପବିତ୍ର କୋମଳ ମନ

ସ୍ୱର୍ଗୀୟ ଆନନ୍ଦ ଭାବନା ଭିତରେ

     ପାଇବନି କେବେ ସ୍ଥାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children