STORYMIRROR

Pranati Acharya

Drama Romance Classics

3  

Pranati Acharya

Drama Romance Classics

ଲୋତକ ଧାର

ଲୋତକ ଧାର

1 min
220


କେଉଁ କ୍ଷଣେ ତୁମେ ଆସିଲ ଜୀବନେ ଏତେ ମଧୁ ଭରିଦେଲ 

ଦିନ କେଇଟାରେ ଆପଣାର ସାଜି ମନକୁ ଚୋରାଇ ନେଲ ।। 

ତୁମ ନାହଁ ବୋଲି ଛନ୍ଦହୀନ ଆଜି ଜୀବନ ବୀଣାର ସ୍ବର 

ମେଘ ମହ୍ଲାର ଛନ୍ଦେ ଶୁଭୁଛି ଦୀପକ ରାଗିଣୀ ମୋର ।। 

ଅସ୍ପଷ୍ଟ ରାଗିଣୀ ଦୂରୁ ଶୁଭୁଅଛି ଭାବାନ୍ତର ମନ୍ତ୍ରମୁଗ୍ଧ 

ଅସହାୟ ହୋଇ ନିରବେ ବିଳାପେ ଅର୍ଜିତ ବିପ୍ପଣୀ ଲବ୍ଧ ।। 

ଜୀବନରେ ତୁମେ ଅୟୁତ ଦୁଃଖର ଅନୁଭବ ଭରା ଗୀତି 

ସେ ଗୀତିରେ ଭରି ରହିଛି କେତେ ଯେ ଅପାସୋରା ମୋର ସ୍ମୃତି ।। 

ଏ ସୁଖ କ୍ଷଣିକ ଏ ସୁଖ ଅଳିକ ସେ ଚିର ଶାଶ୍ଵତ ନୁହେଁ 

ଜୀବନ ନାଟକରେ ଆଗନ୍ତୁକ ପରି ଆସେ ପୁଣି ଫେରିଯାଏ ।। 

ବଞ୍ଚିବାର ନିଶା କରେ ଲୋକହସା ଜୀବନର କୂଳ ଲଙ୍ଘେ 

ଯୌବନ ଲହରୀ ଯାଯାବର ପରି ଉଡୁଥାଏ କେତେ ରଙ୍ଗେ ।। 

ଅନ୍ଧ ପରି ଆଖି ଚିହ୍ନି ପାରିଲାନି କିଏ ନିଜର କିଏ ପର 

ଏବେ ହୃଦୟର ସମଦୁଃଖୀ ହୋଇ ଝରାଏ ଲୋତକ ଧାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama