STORYMIRROR

Amarananda Nayak

Crime Thriller

3  

Amarananda Nayak

Crime Thriller

ଲୋହିତ ବୋମା

ଲୋହିତ ବୋମା

1 min
130


ଏ'କି କଲ ଅଭୀକ ଅଭିମାନୀ ଏ'କି କଲ ? 

ମଣିଷ ମନରୁ ସ୍ନେହ, ମମତା, ପ୍ରେମ

ଶାନ୍ତିର ସୌଧ,ପ୍ରକୃତି ର ସୁନ୍ଦର ଫୁଲବନ

ଆହୁରି ଅନେକ ଇତ୍ୟାଦି, 

ଗୋଲାପୀ ବୋମା ପକାଇ, କିଂପା

ଲୁଟିନେଲ କୁହ ଲୁଟିନେଲ ? 

     ଆକାଶରୁ ଖସୁଛି ଏବେ ବିବର୍ଣ୍ଣ  

     ମ୍ରୁତ୍ୟୁ ର ଯନ୍ତ୍ରଣା। 

     ପବନରେ ଗୁଂଜରିତ ଭୟଙ୍କର 

     ଅସହ୍ଯ ତାଡ଼ନା। 


ମାଟିରେ ମିଳୁନି ସବୁ ଶବର ଠିକଣା। 

ଆକାଶ ପିଠିରେ ଅହଂକାର ର ଝୁଲଣା । 

ମାଟି କୋଳରେ ନିରୀହର ରକ୍ତାଭ ମସିଣା

ପ୍ରେମ ଯେବେ ଲୁଚି ଯାଏ ଘୃଣାର ପରଦା ପଛରେ। 

ପ୍ରତିଶୋଧ ବହ୍ନି ଜଳେ କଠୋର ହ୍ରୁଦ ରେ। 

ଦୁଇଟି ସମଧର୍ମୀ ମନର ମିଳନରୁସ୍ରୁଷ୍ଟି


ହୁଏ ଅପୂର୍ବ ଦେବତ୍ୱ। 

ଦୁଇଟି ବିପରୀତ ଧର୍ମୀ ଖଡ୍ଗ ଧାରରୁ

ଜନ୍ମ ନିଏ ଧ୍ବଂସସ୍ତୁପ । 

ଧ୍ବଂସ ସ୍ତୁପ ତଳୁ ରଣରଙ୍କୁଣା ଶୁଣି ପାରେ

 ନାହିଁ। 

ମାଟି ପିତୁଳାର ଦାରୁଣ କ୍ରନ୍ଦନ କଇଁ କଇଁ। 

କେହି ବୁଝି ପାରେ ନାହିଁ ଭୋକିଲା ପେଟର

 ଅବ୍ଯକ୍ତ କଷଣ।। 

ସୁହାଗିନୀ, ସୁହାଗ କୁ ଅନାଇ ନିର୍ଜୀବ

ପାଷାଣ। 

     କୁନ୍ତୀ, ଗାନ୍ଧାରୀ ଭଳି ମାଆ ମାନେ

   ଆତ୍ମଜ ମାନଙ୍କୁ ପଠାଇ ରଣ କ୍ଷେତ୍ରକୁ

 ବଙ୍କର ଭିତରେ ଚାହିଁ ରହିଛନ୍ତି ସେମାନଙ୍କ ଫେରିବା ବାଟକୁ। 

    କଅଁଳ ମାଂସ କଣ୍ଢେଇ ସବୁ

    ଦୂର ଆକାଶର ତାରାଙ୍କ ଗହଣେ

    ଖୋଜନ୍ତି ଆପଣାର ସଂପର୍କ ମୁହଁକୁ 

    କ୍ଷତବିକ୍ଷତ ଧରିତ୍ରୀ ଅପେକ୍ଷା କରିଛି

    ଆଉ ଏକ ନୂତନ ସୂର୍ୟ୍ଯାେଦୟକୁ।। 

  

ଯୁଦ୍ଧ ତ ସରିବ ନିଶ୍ଚୟ,ହାତରେ ମିଶିବ ହାତ। ଯୋଡ଼ି ହେବ, 

ନୂତନ ସନ୍ଧି ପତ୍ର ପ୍ରେମ ଓ ଶାନ୍ତି ର। 

ଫେରାଇ ପାରିବ କି କେହି, ସର୍ବହରା ଜୀବନ ପାଉଣା ତା ଅକାଳ କ୍ଷତିର ? 

ସମୟ ଗର୍ଭରୁ ସ୍ରୁଷ୍ଟି ବି ଈଶ୍ବର, 

ମଣିଷ ତ ନିମିତ୍ତ ମାତର। 

ଇତିହାସ ରହିବ ସାକ୍ଷୀ, ଲେଖିଦେବ ତା

 ଛାତିରେ କେତେ କଥା ରକ୍ତପିପାସୁର 

ଲୋହିତ ବୋମା ପକାଇ ଯାହା ସବୁ

କରି ଥିଲ ଛାରଖାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime