ଲଣ୍ଠନ
ଲଣ୍ଠନ
ବୃତାକାରର ପେଟ ରେ କିରୋସିନୀ ର କାଳିନ୍ଦୀ ହ୍ରଦ,
ତାରି ଭିତରେ ମୋଡି ମାଡ଼ି ହେଇଉପରକୁ
ମୁଣ୍ଡ ଟେକିଥିବା କାଳୀୟ ନାଗ ,
ମସ୍ତକ ରେ ଆଙ୍କୁଥାଏ କୃଷ୍ନ ପକ୍ଷ ରାତ୍ରି ରେ ଗୋଟିଏ ମିଞ୍ଜି ମିଞ୍ଜି ଅଲୋକ,
ଜୀବନ ରାସ୍ତାରେବାଟ ଭୁଲା ପଥିକର ଏକା ସାହା ଭରସା l
ଉପରେ ଟିଣରୁ ଟଣକା
ତଥାପି ଟନ ଟନ ହେଇ ଫାଟି ପଡ଼େ
ବିଶ୍ୱବିଧାୟକ ଙ୍କ ଚାବି ଇଙ୍ଗିତରେ...
ବେଶି ତେଜି ଲେ ଖାଲି ଧୁଆଁ ମୟ
ପଦାକୁ ଆସିବାକୁ ଜୀବନ ବ୍ୟାପୀ ସଂଘର୍ଷ ଭେଦ କରି
ଚାରି ଦ୍ୱାର ଓ ଛ ଇନ୍ଦ୍ରିୟ l
ତଥାପି ଜଗତ-ଜୀବନ ଅନ୍ଧାର ରାତିରେ
ସେଇ ବିଭୁ ଙ୍କ ଅପାର କରୁଣା ଆଲୋକରୁ
ଠିକ ଦୀପ ତଳ ଅଂଧାର ପରି
ସେଇ ଦିନଠାରୁ ଆଜି ଯାଏଁ
ନିଅନ୍ତି ନାନା ଅବତାର ଥର କୁ ଥର
ପଥ ଭ୍ରଷ୍ଟ ମନୁଷ୍ୟ କୁ ଚେତେଇ ଦେବା ପାଇଁ
ଲଣ୍ଠନ ର ଆଲୋକଟିଏ ହୋଇ l