ଲେଖ୍
ଲେଖ୍
ଶୁଣ୍
କ'ଣ ଆଉ କହିବି
ଏ ମନରୁ କହିବି ତ
ସେ ମନନ ହିଁ ତୁ
ହୃଦୟରୁ କହିବି ତ,
ଏ ଜୀବନ ହିଁ ତୁ
ଆଉ
ଏ ଇଚ୍ଛାରୁ କହିବି ତ
ଆବଶ୍ୟକତା ଵି ତୁ,
ଆଗ୍ରହରୁ କହିବି ତ
ସେ ଆଶ୍ରୟ ହିଁ ତୁ
ଭାବନାରୁ କହିବି ତ
ସେ ସ୍ମରଣ ଵି ତୁ
ପ୍ରାଣରୁ କହିବି ତ,
ସେ ପ୍ରମାଣ ହିଁ ତୁ
ତେଣୁ
କେମିତି କହିବି ମୁଁ
ଏ ମନ ଵି ତୁ,ମନନ ତୁ,
ହୃଦୟ ତୁ, ପ୍ରାଣ ଵି ତୁ
ଇଚ୍ଛା ଵି ତୁ, ଆଗ୍ରହ ତୁ,
ପରିଚୟ ଆଉ
ଚିନ୍ତନ,ସ୍ମରଣ ଯେତେ
ମାନ ଅଭିମାନ
ସେ ଅରମାନ ଵି ତୁ
ବାକି ଯାହା ଵି ଅଛି,
ଏ ଅନ୍ତର ଭିତରେ,
ହୃଦୟ ପୃଷ୍
ଠାରେ
ଥରେ ପଢିନେ ତୁ,
ଯାହା ଵି କହୁଛି
ନୀରବ ନିଃଶବ୍ଦେ
ଏ ଅଭ୍ୟନ୍ତର କଥା
ନ କହିକି କଣ,
ରହି ପାରୁଛି ମୁଁ
କହିଦେଲେ
ପୁଣି ଏ ଅନ୍ତର ଭାଷା,
ଅଦମ୍ୟ ଆକାଂକ୍ଷା,
ନିର୍ବିକାର ଚିତ୍ତେ ନାଁ,
ରହି ପାରୁଛି ମୁଁ
ଏ ଦରଦୀ ମନରେ
ଯାହା ଵି କହୁଛି,
ଜମା ମିଛ ନୁହେଁ,
ସବୁ ସତ ସତ,ହେଲେ
ସତରେ ମାନିଲେ ତୁ
ନ ମାନିଲେ ନାହିଁ, ଏ
ଅନ୍ତର ମନକୁ ବୁଝି
ପାରୁଥିଲେ ବୁଝିନେ ତୁ,
ଏ ହୃଦୟର କଥା,
ହୃଦୟେ କହୁଛି,
ତୋ ଅନ୍ତର ପ୍ରାଣରେ,
ନିଭୃତ କୋଣରେ
ଏ ମୋହିତ ଲିପିରେ
ଶୋଣିତ ଵକ୍ଷରେ
ଥରେ ଲେଖି ଦେ ତୁ।