କ୍ଷୀଣ ପ୍ରଭା
କ୍ଷୀଣ ପ୍ରଭା
ପ୍ରିୟା ମୋର ବାହାରିଛି ଯିବ ବାପ ଘର
ଅଶାନ୍ତ ମନକୁ ମୋର ଘେରିିିଛିି ଅନ୍ଧାର ।
କ୍ଷୀଣ ପ୍ରଭା ପରି କାନ୍ତି ବଦନ ମଣ୍ଡଳେ
ନିରବ କୋହକୁ ବସି ହୃଦୟରେ ପାଳେ ।
ଶତୃତା ଆଚରି ବିଧି ବସି ଗଲା ଗୃହେ
ମନ ମୋର ଝୁରି ମରେ ପ୍ରିୟା ପ୍ରୀତି ମୋହେ ।
ନଇଁ ନଇଁ ଯେବେ ସିଏ ଏରୁଣ୍ଡି ଡେଇଁଲା
ସତେ ପାରିିିଜାତ ଗୃୃୃହେ ବିକଶି ହସିଲା।
ପରିଚୟ ଦେଲା ମୋର ପତି ପରମେଶ୍ବର
ଉଜ୍ଜଳିତ ଭାଗ୍ୟାକାଶ ଖେଳେ ଶୀତକର ।
ପ୍ରଭାତରୁ ଦିଶିବନି ପ୍ରିୟାର ବଦନ
କିପରି କରିବି ମୁହିଁ ବିଛେଦ ଦମନ ।
ତିଳେ ମାତ୍ର ଚଳେ ନାହିଁ ତା ବିନା ମୋ ଘର
ଗଂଗୋତ୍ରୀ ଦର୍ପଣ ପ୍ରାୟେ ପବିତ୍ର ଉଦାର ।
ଋତୁରାଜ କେବେ ହେଁ ତା ପିିିଛା ନଛାଡଇ
ତା ପାଦ ପଡିଣ ସ୍ଵର୍ଣ୍ଣ ଲହରି ସୃଜଇ ।
ମନ୍ଦ ମନ୍ଦ ଗତି ତାର ଯେହ୍ନେ ରାଜହଂସୀ
ପ୍ରେମ ଅନଳରେ ଜାଳିି ହୃଦ ଦିଏ ଦଂଶୀ ।
ଲାଳସା ବିହୀନ ମନେ ବାଢୁ ଥାଇ ପ୍ରୀତି
ଧନମତ୍ତ ଛୁଏଁ ନାହିଁ ସଦା ଶାନ୍ତ ମୂର୍ତ୍ତି ।
ନୀଳ ପାରାବାର ଯେହ୍ନେ ସ୍ନେହର ପଣତ
ସଭିଙ୍କୁ ଆପଣା ଭାବେ କିବା ଅରି ମିତ୍ର ।
ତା ଠାରୁ ବିଚ୍ଛେଦ ହୋଇ ରହିବି କେମନ୍ତେ
ମର୍ତ୍ତ୍ୟ କୁମ୍ଭୀପାକ ଲାଗେ ଜୀବନ ଏକାନ୍ତେ