ତୁମେ ଗଲାପରେ
ତୁମେ ଗଲାପରେ
ଏକା ଏକା ଲାଗେ ,ଥକ୍କା ଲାଗେ ଭାରି
ତୁମେ ଚାଲିଗଲେ ଦୂରେ
ନିରୋଳା ରେ ବସି ତୁମକଥା ଭାବେ
ସପନର ନଈଧାରେ ।
ଫୁଲ ପରି ତୁମ କଅଁଳ ମନକୁ
ପାରୁନି ବୋଲି ମୁଁ ଛୁଇଁ
ଲାଗୁଛି ଯେମିତି ଜଳୁଛି ଖରାରେ
ଖୋଜିଖୋଜି ଟିକେ ଛାଇ
ନିଦ ଆସୁ ନାହିଁ ରାତି ଯାଏ ପାହି
ମନ କଥା ମନେ ମରେ
ସପନର ନଈଧାରେ ।
ତୁମ ମିଠା କଥା ତୁମ ମିଠା ହସ
ପାରୁନି ଜମା ମୁଁ ଭୁଲି
ତୁମେ ନାହଁ ବୋଲି ମନ ବୁଝୁ ନାହିଁ
ସବୁ ଲାଗେ ଖାଲିଖାଲି
ଲାଗୁଛି ଯେମିତି ବଇଶାଖି ତାତି
କଲବଲ ମୋତେ କରେ
ସପନର ନଈଧାରେ ।

