ବର୍ଷା
ବର୍ଷା
ସ୍ମୃତିର ପାଉଁଜି ରୁଣୁଝୁଣୁ କରି ନାଚୁଛି ସୁନ୍ଦରୀ ବର୍ଷା
ଶିହରଣ ଦେହେ ଜାଗେ ବେଳୁ ବେଳ ବଢୁଛି ମିଳନ ଆଶା
ମନ କହେ ପ୍ରିୟ ପାଶେ ଥାଆନ୍ତେ କି !ବକ୍ଷ ଦେଶେ ମଥା ରଖି
ଶୁଣନ୍ତି ବର୍ଷାର ଅପୂର୍ବ ରାଗିଣୀ ନୟନେ ନୟନ ଯୋଖି ।।
ଝରକା ଫାଙ୍କରୁ ଛିଟିକି ପଡନ୍ତା ମେଞ୍ଚା ମେଞ୍ଚା ଚାଳ ପାଣି
ଉଦ୍ଧତ ବକ୍ଷକୁ ଜାବୁଡି ଧରନ୍ତା ବତୁରା ପଣତ କାନି
ଅପଲକ ନେତ୍ରେ ପାନ କରୁଥାନ୍ତେ ପ୍ରିିୟ ମୋର ପ୍ରୀତି ସୁୁୁଧା
ଲାଜେଇ ଆଖି ମୋ ସମର୍ପଣ ଭାବେ ବୁଜି ଯାଉଥାନ୍ତା ଅଧା।
ଝିଙ୍କାରିର ସ୍ବର ବେଙ୍ଗ କେଁ କଟର ଶୁୁଭୁଥାନ୍ତା ରାତି ସାରା
କୋହଲା ପବନ ପିଟି ହେଉଥାନ୍ତା ଦୁଆର କରିି ମୁୁୁକୁଳା
ବିଜୁ ଘଡଘଡି କ୍ରୁର ଶବଦରେ ଥରି ଉଠୁଥାନ୍ତା ଛାତି
ଆତଙ୍କିତ ପ୍ରାଣ ପ୍ରିୟର ବାହୁରେ ଲଭନ୍ତା ପରମ ତୃପ୍ତି ।।
ନିବିଡ ଆଶ୍ଳଷେେ ହଜି ଯାଉଥାନ୍ତେ ଏକ ମଧ୍ୟେ ଆନ ପ୍ରାଣ
ବର୍ଷା ମୁଖର ରାତ୍ରି ଗାଉଥାନ୍ତା ପୁଣ୍ୟ ଶ୍ଲୋକ ମିିଳନର ।।