Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Romance

3  

Mamatamanjari Das

Romance

ଆମ ପ୍ରେମର ନିଆରା ଭାବ

ଆମ ପ୍ରେମର ନିଆରା ଭାବ

1 min
203



କଥା ଦିଅ ପ୍ରିୟ କଥା ମୋ ରଖିବ

ମୋ ସିନ୍ଥିରେ ସିନ୍ଦୁର ଦେବ

ନିଜ ହାତେ ତୁମ ମୋ ମଥା ଉପରେ

ନାଲି ଓଢଣିରେ ସଜାଇବ ।


ତୁମେ କହୁଥିବ ମୁଁ ଶୁଣୁଥିବି

ଗଳା ଗଜରା ବି ବାସୁଥିବ

ଚାନ୍ଦିନୀ ରାତିର ଚାନ୍ଦ ବି ଆମକୁ

କଣେଇକି ଚାହୁଁ ଥିବ ।


ମିଶି ଯାଉଥିବ ଆମ ଚାରି ଆଖି

ସାକ୍ଷୀ ହେବେ ଜହ୍ନ ତାରା

ହସ ଖୁସି ଭରା ସଂସାରଟି ଆମ

ହୋଇଯିବ ଅପାସୋରା ।


ଚେତନାର ସେହି ଭିନ୍ନ ଦୁନିଆରେ

ଆମେ ଦୁହେଁ ସାଥୀ ହୋଇ

ପ୍ରେମର ସୁରଭି ବାଣ୍ଟିବା ସବୁଠି

ସପନରେ ଭିଜିଯାଇ।


ଦୁଇ ଅନୁରାଗି ମନର ଜୁଆର 

ଏକାକାର ହେଉଥିବ

ଯିଏ ଦେଖୁଥିବ ସିଏ କହୁଥିବ

ଆମ ପ୍ରେମର ନିଆରା ଭାବ ।


Rate this content
Log in