କୃଷ୍ଣ କେଶବ ମୁରାରୀ
କୃଷ୍ଣ କେଶବ ମୁରାରୀ
ଗୋପୀଙ୍କର ପାଦ ଧୂଳି ମାଗିଥିଲ
ନିବାରିବ ମଥା ପୀଡା
ପାପହେବ ବୋଲି ଭୟକରି କେହି
ପାଖରେ ହେଲେନି ଛିଡା I
ପାପ ପୂଣ୍ୟ କିଛି ବିଚାର ନକରି
ରାଧା ଦେଲେ ପାଦ ଧୂଳି
ସେ ହିଁ ଜାଣିଥିଲେ ତୁମେ ସର୍ବେଶ୍ୱର
କୃଷ୍ଣ କେଶବ ମୁରାରୀ I
ସଖା ସଖା ବୋଲି କେଉଁଦିନ ଥରେ
ଡାକିଥିଲା ଦ୍ରୌପଦୀ
ପିନ୍ଧା ଶାଢୀ ଚିରି ରକ୍ତଝରା ହାତେ
ପଟି ଦେଇଥିଲା ବାନ୍ଧି I
ଲାଜ ରକ୍ଷାପାଇଁ କୁୁରୁସଭା ତଳେ
ଡାକିଲା ହେ ରକ୍ଷାକର
କୋଟି ବସ୍ତ୍ର ଦେଇ ଲଜ୍ୟା ନିବାରିଲ
ଚକ୍ରପାଣି ବଂଶୀଧର I
ଦରିଦ୍ର ସୁଦାମା ସଖା ଯେ ତୁମର
ତମେ ଦ୍ୱାରକାର ରାଜା
ସବୁ ଭୁଲି ତୁମେ ସଖା ଭକ୍ତଙ୍କର
କରିଥିଲ ପାଦ ପୂଜା I
ତୁମେ ଲୀଳାମୟ ପ୍ରେମ ଅବତାର
ନର ରୂପେ ନାରାୟଣ
ଆହେ ଚକ୍ରଧର ଗୋପୀ ମନଚୋର
ପ୍ରଣାମ ମୋହର ଘେନ I
