STORYMIRROR

Kalandi pal

Tragedy Inspirational

4  

Kalandi pal

Tragedy Inspirational

କୃଷକ

କୃଷକ

1 min
356


କାହିଁକି ଏ ନାରା ଦେଶ ସାରା ପରା

ଜୟ ହେ ଜବାନ ଜୟ ହେ କିସାନ

ସ୍ଲୋଗାନେ ସ୍ଲୋଗାନ ମାରେ ପତିଆରା

କାର୍ଯ୍ୟ କ୍ଷେତ୍ରେ ସବୁ ହୁଅଇ ଶୁନ୍ୟ !!


ଜଗିଛି ସୈନିକ ରଖି ସୀମା ଟେକ

ଶତ୍ରୁ ପାଶେ ଅର୍ପି ତାହାର ଜୀବନ

ଶତ୍ରୁ ବାଣେ ହତ ହେଲେ କେ ସୈନିକ

ଦେଶ ଦିଏ ତାକୁ ସହିଦ ସମ୍ମାନ !!


ମାଟି ତାଡେ ଚଷା ସେଇତା ବେଉସା

ମାଟିର ସନ୍ତାନ ମାଟି ତା ଜୀବନ

ଶ୍ରମ କେବେ ତାର ହୁଏନି ନିରାଶା

ଶ୍ରମଦାନେ ରଖେ ସରବ ପରାଣ !!


ଖାଦ୍ୟ ବିନା କିଏ ବଂଚିଛି ଏଠାରେ

ଦୁନିଆଁକୁ ଖାଦ୍ୟ କୃଷକର ଦାନ

କେଉଁ ସୁଖ ଏଠି ପାଉଛି ସିଏରେ

ପ୍ରତିବାଦେ ଗୁଳି ନେଉଛି ଜୀବନ !!


ମାଟି ସାଥେ ମାଟି ହୋଇ ଖଟେ ନିତି

ପାଏନି କେବେ ସେ ଜୀବନେ ବିଶ୍ରାମ

ଖୋଜିନି ଜୀବନେ ଟିକେ ସୁଖ ଶାନ୍ତି

କର୍ମ ଏକା ତାର ଜୀବନ ଦର୍ଶନ !!


ଦେଶ କର୍ମକର୍ତ୍ତା ପାଆନ୍ତି ଦରମା

ପେନସନ ଓଷଦ ପୁଣି ଘର ଭଡା

ଯୋଗାଉଛି ଯିଏ ସର୍ବ ମୁଖେ ଦାନା

ବୃଦ୍ଧା କାଳେ ସିଏ ହୁଏ ଘରୁ ତଡା !!


ବୁଝେନି ସନ୍ତାନ ବୁଝେନି ଶାସନ

କେଉଁ ପରିଧିରେ ଚାଷୀର ଜୀବନ

ନ ହୋଇବା ଯେବେ ସର୍ବେ ସଚେତନ

ଦିନେ ହୋଇଯିବ ଧରା ଖାଦ୍ୟ ଶୂନ୍ୟ !!


Rate this content
Log in

Similar oriya poem from Tragedy