କୋଣାର୍କ
କୋଣାର୍କ
ତେରଶ ଶତାବ୍ଦୀ ବାରଶ ପଚାଶ ଖ୍ରୀଷ୍ଟାବ୍ଦ
ଉତ୍କଳ ଗଙ୍ଗବଂଶ ରାଜା
ଲାଙ୍ଗୁଳା ନରସିଂହ ଦେବ ନିର୍ମାଣିଲେ
ସୂର୍ଯ୍ୟ ନିମିତ୍ତ ପୂଜା।
ପ୍ରାଚୀ ନଦୀ ଆଉ ବଙ୍ଗୋପସାଗର
ସଙ୍ଗମର ପୋତାଶ୍ରୟୀ
କୋଣଘର ଏହି ପୋତାଶ୍ରୟୀ ନାମ
କୋଣାର୍କ ନାମ ବୋଲାଇ।
ମୁଖ୍ୟ ମନ୍ଦିର ଦୁଇ ଶହ ଅଣତାରିଶ
ପଥର ମୁଖ୍ୟ ଶାଳା ଏକଶତ ଅଠେଇଶି
ତେର ଫୁଟ ଉଚ୍ଚ ଉପରେ
ବିମାନ ଓ ଜଗମୋହନ ରଥ ହୋଇଛି।
ଚତୁଃପାର୍ଶ୍ବେ ନଅ ଫୁଟ ନଅ ଇଞ୍ଚ
ଉଚ୍ଚର ଚବିଶି ଚକ
ସମ୍ମୁଖ ଭାଗରେ ସାତଟି ଯେ ଅଶ୍ୱ
ରଥ ଭଳି ବିରାଜିତ।
ଏକ ଶହ ତେଇଶି ଫୁଟ ଜଗମୋହନ
ଦୁଇ ଶହ ପଚିଶ ଫୁଟ ବିମାନ
ବିମାନଟି ଏବେ ଧ୍ୱଂସ ହୋଇଅଛି ଅଛି
ଗର୍ଭ ଗ୍ରୃହ ଓ ଦେବ ସିଂହାସନ।
ମୁଖ ଶାଳା ନାଟ ମନ୍ଦିର ଭୋଗ ମଣ୍ଡପ
କଳିଙ୍ଗ ସ୍ତାପତ୍ୟ କଳା ଶୈଳୀ
ମନ୍ଦିର ବୈତାର ଦୈର୍ଘ୍ୟ ପ୍ରସ୍ଥ
ଆଠ ଶହ ଶତାବନ,ପାଞ୍ଚଶହ ଚାଳିଶି।
ମୁଗୁନି ପଥର ବିଗ୍ରହ ଗଠନ,ଦୁଆର ବନ୍ଧ
ଓ ଦେବ ସିଂହାସନ ,ରେ
ଲାଟେରାଇଟ ଶିଳା କାନ୍ଥ କିଛି ଅଂଶ
ବେଦୀ ତଳ ଓ ସୋପାନ ଶ୍ରେଣୀ ରେ।
କେଣ୍ଡାଲାଇଟ ଶିଳା ବାକି ସ୍ଥାନ ମାନଙ୍କରେ
ହୋଇଥିଲା ବ୍ୟବହୃତ
ଅକ୍ସିଡାଇଜଡ଼ ଫେରୁଜିନ୍ସ ସ୍ୟାଣ୍ଡଷ୍ଟୋନ୍
ବୈଜ୍ଞାନିକ ପ୍ରଣାଳୀ ରେ ନିର୍ମିତ।
କୋଣାର୍କ ହିନ୍ଦୁ ମନ୍ଦିର ସ୍ଥାପତ୍ୟର
ଶେଷ ନିର୍ଯ୍ୟାସ ଯେ ଜାଣ
ବାରଶହ ଏକଚାଳିଶି ଖ୍ରୀ.ଅରେ
ଷ୍ଟାଲିଂଙ୍କ ମତ ପ୍ରମାଣ।
ବାରଶହ ଛତିଶ ଠାରୁ ୧୨୮୧ ଖ୍ରୀ.ଅ ଯାଏ
ଆବୁଫଜଲ,ହଣ୍ଟର ଫର୍ଗୁସନ
ଦେଇଛନ୍ତି ମତଯେ ରାଜେନ୍ଦ୍ର ଲାଲ
ଆହୁରି କେତେ ଯେପୁଣ।
ସର୍ବାଙ୍ଗରେ କାରୁକାର୍ଯ୍ୟ ନିର୍ମିତ
ଚକର ଅର ସୂର୍ଯ୍ୟ ଘଡି କାମ,
ଅର ଛାଇ ସଠିକ ସମୟ ଜଣାଏ
ପିରାମିଡ଼ ପରି ଏହାର ଛାତ।
ଅଷ୍ଟାଦଶ ବର୍ଷେ ଲାଙ୍ଗୁଳା ନରସିଂହ
ଦକ୍ଷିଣକୁ ଯୁଦ୍ଧ କଲେ,
ବାହୁଡାନ୍ତେ ଧନରତ୍ନ ଯାହା ଆଣିଲେ
ମାତା ଉପଦେଶ ନେଲେ।
ଓଡ଼ିଶାର ଚାରି ବିଶିଷ୍ଟ କ୍ଷେତ୍ର ମଧ୍ୟୁ
ଅର୍କ କ୍ଷେତ୍ର ଅନ୍ୟତମ
ସ୍ୱର୍ଯ୍ୟମନ୍ଦିର ଗତି ଶୋଭା ବର୍ଦ୍ଧନ
ବିନିଯୋଗ କରେ ଏ ଧନ।
ଜନଶୄତି ଅଛି ଅଭିଶାପେ ଶାମ୍ବ କୄଷ୍ଣରୋଗାକ୍ରାନ୍ତେ
ତପସ୍ୟା ବାରବରଷ
ତପସ୍ୟା ରେ ସୂର୍ଯ୍ୟ ହୋଇଣ ସନ୍ତୋଷ
ରୋଗମୁକ୍ତ ଶାମ୍ବ ପୁତ୍ର
ତାଙ୍କ ସମ୍ମାନାର୍ଥେ ଶାମ୍ବ ଯେ ଗଢିଲେ
ଏହି ସୂର୍ଯ୍ୟ ମନ୍ଦିରତ।
ଲାଙ୍ଗୁଳା ନରସଂହ ଦେବ ବାରବର୍ଷର
ରାଜସ୍ୱ ବିନିଯୋଗ କରି
ବାରଶହ ବଢେଇ ବାରବର୍ଷ ଧରି
ନ ପାରିଲେ କରି
ବାର ବର୍ଷ ର ବାଳକ ଧରମା
ମୁଣ୍ଡି ମାରି ଜୀବନ ଦେଲା ହାରି।