STORYMIRROR

Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

କୋଣାର୍କ ନର୍ତ୍ତକୀ ସଦା ଜୀବନ୍ତ

କୋଣାର୍କ ନର୍ତ୍ତକୀ ସଦା ଜୀବନ୍ତ

1 min
195

ସବୁଦ୍ର ବେଳାରେ ସ୍ଵତନ୍ତ୍ର କଳାରେ

ହଜିଯାଇ ଭାବୁଥିଲି

ସେ ଅତୀତର ବାରଶ ବଢେଇ

କୋଉ ସ୍ଵତନ୍ତ୍ର ଶିଳ୍ପୀ ଥିଲେ

ନା ନିଜେ ସ୍ରଷ୍ଟା ନିଜକୁ ବିଭକ୍ତ କଲେ

କୋଣାର୍କ ମୁଣ୍ଡି ମାରିଥିବା ଧରମା ବାଳକ

ସୁର୍ଯ୍ୟ ହିଁ ନିଜେ ଥିଲେ

ମନ୍ଦିର ଗାତ୍ରରେ ଆଜିବି ନର୍ତ୍ତକୀମାନେ

ଚନ୍ଦ୍ରଭାଗା କୂଳେ କୂଳେ

ପୁଣି କେତବେଳେ ପୁରୀ ମହୋଦଧି

ବାଲୁକା କଳାରେ ମଗ୍ନ ଥିଲେ

ଗୋପାଳପୁର ଅବା ତଣ୍ଡା ଉପକୂଳେ

ତୂଳୀଟିଏ ଖୋଜୁଥିଲେ

ନିଜ ଅବୟବ ଭିତରୁ ବିଷାଦ

କାଢ଼ି ଗଢି ଦେଇ ହସୁଥିଲେ

ସହଚର୍ଯ୍ୟ ଓ ସାନିଧ୍ୟ ଭିତରେ

ସ୍ରଷ୍ଟା ଓ ସୃଷ୍ଟି ସମ୍ପର୍କ ତୁଲେ

ମଖମଲ୍ଲୀ ହସ ହସି ଦେଇ ନାଲି ନାଲି

ଲାଜେ ଲାଜେ ଭିଜୁଥିଲେ

ଭଗ୍ନ ନୁହେଁ ପ୍ରତିମୂର୍ତ୍ତି ତାଙ୍କ

ସପ୍ତଋତୁରେ ଭିଜି ଓଦା ହୋଇଥିଲେ

ସମୁଦ୍ରବେଳା ରୁ ଶିଳ୍ପ ଚତୁରୀ ଚତୁରେ

ନିଜ ପାଇଁ ନିଜ ସୃଷ୍ଟି ରକ୍ଷାକରି

ସମୀପଦୃଷ୍ଟିରେ ଚକିତ ଜନତା

ଦୂରଦୃଷ୍ଟିର କିଛି କିଛି ବୁଝିଗଲେ

ନର୍ତ୍ତକୀ ନୁହଁ ଭଗ୍ନ କେବେ କୋଣାର୍କ

ସଚେତନ କରି ଦେଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama