କୋଣାର୍କ ନର୍ତ୍ତକୀ ସଦା ଜୀବନ୍ତ
କୋଣାର୍କ ନର୍ତ୍ତକୀ ସଦା ଜୀବନ୍ତ
ସବୁଦ୍ର ବେଳାରେ ସ୍ଵତନ୍ତ୍ର କଳାରେ
ହଜିଯାଇ ଭାବୁଥିଲି
ସେ ଅତୀତର ବାରଶ ବଢେଇ
କୋଉ ସ୍ଵତନ୍ତ୍ର ଶିଳ୍ପୀ ଥିଲେ
ନା ନିଜେ ସ୍ରଷ୍ଟା ନିଜକୁ ବିଭକ୍ତ କଲେ
କୋଣାର୍କ ମୁଣ୍ଡି ମାରିଥିବା ଧରମା ବାଳକ
ସୁର୍ଯ୍ୟ ହିଁ ନିଜେ ଥିଲେ
ମନ୍ଦିର ଗାତ୍ରରେ ଆଜିବି ନର୍ତ୍ତକୀମାନେ
ଚନ୍ଦ୍ରଭାଗା କୂଳେ କୂଳେ
ପୁଣି କେତବେଳେ ପୁରୀ ମହୋଦଧି
ବାଲୁକା କଳାରେ ମଗ୍ନ ଥିଲେ
ଗୋପାଳପୁର ଅବା ତଣ୍ଡା ଉପକୂଳେ
ତୂଳୀଟିଏ ଖୋଜୁଥିଲେ
ନିଜ ଅବୟବ ଭିତରୁ ବିଷାଦ
କାଢ଼ି ଗଢି ଦେଇ ହସୁଥିଲେ
ସହଚର୍ଯ୍ୟ ଓ ସାନିଧ୍ୟ ଭିତରେ
ସ୍ରଷ୍ଟା ଓ ସୃଷ୍ଟି ସମ୍ପର୍କ ତୁଲେ
ମଖମଲ୍ଲୀ ହସ ହସି ଦେଇ ନାଲି ନାଲି
ଲାଜେ ଲାଜେ ଭିଜୁଥିଲେ
ଭଗ୍ନ ନୁହେଁ ପ୍ରତିମୂର୍ତ୍ତି ତାଙ୍କ
ସପ୍ତଋତୁରେ ଭିଜି ଓଦା ହୋଇଥିଲେ
ସମୁଦ୍ରବେଳା ରୁ ଶିଳ୍ପ ଚତୁରୀ ଚତୁରେ
ନିଜ ପାଇଁ ନିଜ ସୃଷ୍ଟି ରକ୍ଷାକରି
ସମୀପଦୃଷ୍ଟିରେ ଚକିତ ଜନତା
ଦୂରଦୃଷ୍ଟିର କିଛି କିଛି ବୁଝିଗଲେ
ନର୍ତ୍ତକୀ ନୁହଁ ଭଗ୍ନ କେବେ କୋଣାର୍କ
ସଚେତନ କରି ଦେଲେ ।
