କୋଇଲି
କୋଇଲି
ଦେହ ସିନା କଳା ମନ ମତାଣିଆ
କୋଇଲିର କୁହୁ ତାନ
ଶୁଣି କରି କିଏ ନ ହୋଇଛି ଖୁସି?
ହେଉ ବଡ଼ ଅବା ସାନ।
ଗଢେ ନାହିଁ ଘର ଦିଏ ଅଣ୍ଡା ସିଏ
କାଉର ବସାରେ ଯାଇ
କିନ୍ତୁ ନଜର ତା' ରହିଥାଏ ସଦା
ବସାର ସୁରକ୍ଷା ପାଇଁ ।
ବସନ୍ତ ଋତୁର ଶୁଭ ଆଗମନୀ
ବାର୍ତ୍ତା ଦିଏ ପହଞ୍ଚାଇ
ପଞ୍ଚମ ତାନରେ ଗାଇ ଗାଇ ସବୁ
ଦୁଃଖ ହରଣ କରଇ ।
ମନ,ପ୍ରାଣ ଆମ ହୁଏ ଆମୋଦିତ
ଶୁଣି ତା'ର ମିଠା ସ୍ଵର
ମରମ ବେଦନା ହରଇ ପରା ସେ
କୋକିଳ ନାମ ତାହାର ।
