କଲମ ଗର୍ବ କରେନି
କଲମ ଗର୍ବ କରେନି
କଲମଟି ଧରିଲେ ପ୍ରାୟ ସମସ୍ତେ ପାଗଳ
କବି,ଲେଖକ,ଗାଳ୍ପିକ ଆଉ ଅନ୍ୟମାନେ ବି
ଏକା ଏକା କେତୂ ଦୁଃଖ ଲେଖିଦିଏ
କାହା ଜୀବନରେ ସୁଖ ଭରିଦିଏ
ଆଉ କାହାକୁ ଜୀବନର ଅଧାରାସ୍ତାରେ
ବିକଳାଙ୍ଗ କରି ବସାଇଦିଏ ।
କଲମ!ବେଳେ ବେଳେ ଖୁବ୍ ହସାଏ
କନ୍ଦାଏ ଆଊ ଚାକିରିଆଙ୍କ ଗର୍ବ ଭାଙ୍ଗେ
କିନ୍ତୁ ସେ କେବେ ଗର୍ବ ଟିକେ କରେନି
କାହା ସହ ଅଶାନ୍ତି ବି ହୂଏନାହିଁ ॥
କଲମଟି ଖୁବ ସରଳ ,ନୀରିହ ଆଊ ଶାନ୍ତ
ସେ କେବେ ବି ଥକିଯାଏନି ବରଂ ଅନ୍ୟକୁ
ଲେଖି ଲେଖି ଖୁବ ଥକାଈଦିଏ ଆଊ ହସେ
ସେ ମୋର ଅତି ଆପଣାର ଆଉ ବିଶ୍ବାସୀ ବି ॥
କଲମ ଧରିଲେ ସତରେ ଅଫୁରନ୍ତ ଆନନ୍ଦ ଆସେ
ପ୍ରକୄୄୄୄୄୄୄତିର ସବୁଜିମା ଆଙ୍କିହୁଏ ତ ବେଳେ ବେଳେ
ପୁଣି ଆକାଶ ପବନ କଥା କହି ଗୀତ ଗାଉଥାଏ
ଆଉ ମୋତେ ଆନନ୍ଦେ ଝୁମି ଝୂମି ନାଚିବାକୁ କହେ ॥