କଳ୍ପନା
କଳ୍ପନା
କଳ୍ପନା ଏକ ଅହେତୁକ ଭାବନା,
ଭାବାତ୍ମକ ଉପସ୍ଥାପନା,
କେବେ ସତ କେବେ ମିଛ ହୁଏ,
ନିଶ୍ଚିତ କହିହୁଏନା |
କଳ୍ପନା ଏକ ବିସ୍ତୃତ ବିଡମ୍ବନା,
ପ୍ରତାରଣା ପୂର୍ଣ୍ଣ ଲାଞ୍ଚ୍ଛନା,
ଅବିଶ୍ୱାସନୀୟ ଚିନ୍ତାଧାରାର,
ଅମଳିନ ଛୋଟ ଯନ୍ତ୍ରଣା |
ଏଇ କଳ୍ପନା ନୁହେଁ ସତ,
ଶତ ଓ ପ୍ରତିଶତ,
ବାସ୍ତବର ନିକଟ,
ଅଭିପ୍ରାୟ ଆଶ୍ଚର୍ଯ୍ୟାନ୍ୱିତ |
ରାଜା ଦ୍ରୁପଦଙ୍କ ସେ ଥିଲେ କଳ୍ପନା,
ଯଜ୍ଞ କୁଣ୍ଡରୁ କଲେ ଉଦ୍ଭାବନା
ଯlଜ୍ଞସେନୀ ସେ ଯଜ୍ଞ ଜନ୍ମା,
କଲେ ମହାଭାରତ ଉତ୍ପନା |
କୁନ୍ତୀ କରି ନ ଥିଲେ କଳ୍ପନା,
ଦାନବୀର ହେବେ କାନ ଜନ୍ମା,
ପାଞ୍ଚଭାଇଙ୍କୁ ନିର୍ଭୟ ଦେଇ,
ଜୀବନକୁ କଲେ ତୁଚ୍ଛ ମନା |
କଂସ କରି ନ ଥିଲା କଳ୍ପନା,
ସବୁଛୁଆ ମାରି,ମୃତ୍ୟୁକୁ ଦେଲା ଛାଡି,
କେଉଁଠାରେ ତାର ମୃତ୍ୟୁ ଥିଲା ବଢ଼ି,
ମରିଲା ସେ ନିଜେ, ଧନୁଯାତ୍ରା କରି |
ସୀତା କରି ନ ଥିଲେ କଳ୍ପନା,
ଜୀବିତ ମୃଗ ହେଲା ସୁନା,
ମାୟା ବଳେ ପଡ଼ି, ରାମ ଗଲେ ଭୁଲି,
ନିଜ ଜିଦ ଯୋଗୁଁ ହେଲେ ହରଣା |
କଳ୍ପନା କରି ନ ଥାଏ ମାଆ,
କେମିତି ହେବ ତାର ଛୁଆ,
ନିଜ ରକ୍ତ ମାଂସ ଶରୀର ସିନା ଦେବ,
ଭୋଗିବ ଯାହା ତା କର୍ମେ ଲେଖା |
କେବେ କରିଛକି ନାରୀ କଳ୍ପନା,
କେବେ ଗେଲ୍ଲୀ ଝିଅ, କେବେ ବୋହୂ,
କେବେ ପତ୍ନୀ, ମାଆ ରୂପେ,
ବହୁ ଦୁଃଖ ସହେ ସେହୁ |
ଯେତେ ଦିନ ଯାଏ ଥିବ ଜୀବନ,
କଳ୍ପନାର ନ ହେବ ବିଲୀନ,
ସେଇ କଳ୍ପନାର ପ୍ରତେ,
ଏ ଜୀବନ ସ୍ରୋତେ,
ବଢ଼ିଯିବା ଆମେ ହୋଇ ଏକମନ |
