STORYMIRROR

Manaswini Dash

Tragedy

3  

Manaswini Dash

Tragedy

କଳଙ୍କ

କଳଙ୍କ

1 min
255

ଏ ସମାଜରେ କଣ ସତରେ ଜଟିଳତାର ସ୍ପର୍ଶରେ ବିହ୍ଵଳିତ? 

ମୋ ମା କୋଳରେ ଶୁଣିଥିଲି ତାର ଛାତିଫଟା ଚିତ୍କାରର ବେଦନା 

ଆଉ ଓଠ ମୋର ଭିଜିଥିଲା ତାର ଉତ୍ତପ୍ତ ଲୁହରେ 

ସବୁକିଛି ଢାଙ୍କି ଦେଇଥିଲା ତାର ଫଟା ଓଢଣୀ ତଳେ 

ସେଇ ଜଟିଳତାର କ୍ରୁର ଛାୟା ଆଗରେ କାଳେ ମୋତେ ସମାଧି ଦେଖିବାକୁ ହବ 

କାଳେ ଯଦି ମୋତେ ଶ୍ବାସରୁଦ୍ଧ ହେବାକୁ ପଡିଥାନ୍ତା 

ସେଥିପାଇଁ ମୋ ମା ତାର ପଣତ ତଳେ ଘୋଡାଇଦେଇଥିଲା ନିଜ ଅସ୍ପଷ୍ଟ ଗୀତ ଗାଇ ||

ବଢିଲା ବୟସରେ ଅଭିନବ ବସନ୍ତର ସ୍ପର୍ଶ 

ସୌନ୍ଦର୍ଯ୍ୟର ଲହଡି ଭାଙ୍ଗୁଥିଲା ସାରା ତନୁ ମନରେ 

କେତେ ରାତିର ସ୍ବପ୍ନ ଏ ନିରୀହ ଆଖି ମୋର ମାଖିଥିଲା 

ମାତ୍ର ;ସମାଜର ଜଟିଳତା ସବୁକିଛି ନିଃଶେଷ କରିଦେଲା 

ସେଇ ଅମା ଅନ୍ଧକାରର କଳା ସହର ଭିତରେ 

ପିଶାଚର ପାଶବିକତା ଲୁଣ୍ଠିତ କଲା ସମସ୍ତ ଯୌବନର ସୌନ୍ଦର୍ଯ୍ୟ 

ଯେଉଁଠି ନଥିଲା ମୋ ମା'ର ଓଢଣୀ 

ସବୁଆଡେ ଥିଲା ମହା ଶୂନ୍ୟର ଉପନିଷଦ 

ପ୍ରଦୋଷର ପରାଜିତ ରଙ୍ଗରେ ଭିଜା ଅଯାଚିତ ଜୀବନର ବଳକା ଆୟୁଷ ଟାଣି ନେଇଥିଲା ସମାଧି ପାଖକୁ 

ନିଷ୍ଠୁର ସ୍ପନ୍ଦନ ଭିତରେ ଶୁଆଇଦେଲା ମୋତେ ଚିର ନିଦ୍ରାରେ 

ଦେହରେ ବୋଳିଦେଇ ଅବାଞ୍ଛିତ କଳଙ୍କର ଦାଗ ||



Rate this content
Log in

Similar oriya poem from Tragedy