STORYMIRROR

Subrat Malik

Fantasy

4  

Subrat Malik

Fantasy

କଳିଯୁଗ ମଣିଷ

କଳିଯୁଗ ମଣିଷ

1 min
351

ନିଜ ସ୍ୱାର୍ଥ ପାଇଁ କଳିଯୁଗ ନର ବୁଝୁନି ଆପଣା ପର,

ଷଡ଼ ରିପୁ ଗୁଣେ ହୋଇ ବଶଭୂତ ସାଜେ ଦାନବର ତୁଲ୍ୟ ।।

ଭୋକିଲା ପାଟିରୁ ଛଡ଼ାଇ ଆହାର ଅଳିଆ ଗଦାରେ ଫିଙ୍ଗେ, 

ତୃଷାର୍ତ୍ତୁ ଓଠରେ ନ ଦେଇ ଜଳ ସେ ମଦ ଆସରରେ ଡୁବେ ।।

କରେ ବଳାତ୍କାର ଅବଳା ଉପରେ ପାଇଲେ ଟିକେ ସୁଯୋଗ, 

ଭୁଲିଯାଏ ସିଏ ନାରୀଟିଏ ପାଇଁ ଧରାରେ ହେଲା ଜନମ ।।

ଛାଡି ମାତୃଭୂମି ସାଙ୍ଗସାଥି ପ୍ରୀତି ଭୁଲିଣ ମାଆର କୋଳ, 

କିଏ ବିଦେଶରେ କିଏ ସହରରେ ପତ୍ନୀ ପ୍ରେମେ ବୋଲକାର ।।

ଘରେ ଘରେ ସର୍ବେ ବିଦେଶୀ କୁକୁର ପାଳନ୍ତି ଯତନେ ଅତି,

ଗୋମାତାର ନାମ ଶୁଣିଲେ କାନରେ ନାକକୁ ଦିଅନ୍ତି ଟେକି ।।

ବାପା ମାଆ ଘରେ ହୋଇଗଲେ ବୃଦ୍ଧ, ଖୋଜା ପଡେ ବୃଦ୍ଧାଶ୍ରମ,

ପିତୃମାତୃ ଦିନ ଆସିଲେ ବରଷେ ସେଲ୍ଫି ପାଇଁ ଜମେ ଭିଡ଼ ।।

ଖଜୁରୀ ଗଛର ଅଟେ ପ୍ରତିସମ କଳିର ଏଇ ମଣିଷ,

ନିଜର ତ୍ରୁଟିକୁ ଧରେନାହିଁ କେବେ ପର ମୁଣ୍ଡେ ବୋଳେ ଦୋଷ ।।

ଅନ୍ୟର ଉନ୍ନତି ଦେଖିଦେଲେ କେବେ ପାରେ ନାହିଁ ଜମା ସହି,

କଙ୍କଡ଼ାର ସମ ଟାଣେ ତା'ର ଗୋଡ଼ ନିଜେ ପଛେ ଯାଏ ପଡ଼ି ।।

କର୍ମ ଫଳ ନିଜ ଭୋଗ କରେ କିନ୍ତୁ ଦିଅଇ ଭାଗ୍ୟକୁ ଗାଳି,

ପଡ଼ୋଶୀ ପଡ଼ୋଶୀ ଲାଗିଗଲେ କଳି ଦାଣ୍ଡେ ନାଚେ ମାରି ତାଳି ।।

ଜଗତର ନାଥ ଆହେ ଜଗନ୍ନାଥ ନିଅ ପୁଣି ଅବତାର,

କଳକୀ ବେଶରେ ସେ ଦୁଷ୍ଟ ପାପୀଙ୍କୁ  ତୁମେ ଯେ କର ସଂହାର ।।

କଳିଯୁଗ ଶେଷ କରିଦିଅ ପ୍ରଭୁ ନୀରବ ନ ରୁହ ଆଉସତ୍ୟ ଯୁଗ ପୁଣି ଥରେ ଫେରି ଆସୁ ଧର୍ମର ପ୍ରତିଷ୍ଠା ହେଉ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy