STORYMIRROR

rasmi maye pati

Tragedy

4  

rasmi maye pati

Tragedy

କିଏ ସେହି ବ୍ୟାଧ

କିଏ ସେହି ବ୍ୟାଧ

1 min
424

ଜଙ୍ଗଲରେ ବ୍ୟାଧ, 

ବ୍ୟାଧ ହାତେ ଶର

ଲକ୍ଷ୍ୟ ବିନ୍ଧେ ସମସ୍ତଙ୍କୁ 

ବଡ଼ ଧନୁର୍ଦ୍ଧର ୧


ଅବ୍ୟର୍ଥ ବିନ୍ଧାଣୀ ସିଏ 

ଲକ୍ଷ୍ୟ ତା ନିଶ୍ଚିତ 

ଏକାଥରେ ଭେଦ କରେ 

   ଵିନ୍ଧେ ତାର ବକ୍ଷ୨


ନିରୀହ ହରିଣୀ ଅବା 

  କୋମଳ ଠେକୁଆ 

ପାଳି ପଡିଗଲେ 

 ବ୍ୟାଧ ହୁଏ ଆସି ଠିଆ୩


ଚିତା, ମେଷ ପଶୁରାଜ

 ସମସ୍ତେ ସମାନ

ଦେଖେନି ପ୍ରତିଭା ପଦ

 ଯଶ କୀର୍ତ୍ତି ଗୁଣ ୪


ନାହିଁ ତାର ଦୟା ମାୟା

 ଭାରି ସେ ନିଷ୍ଠୁର 

ରୁପମତୀ,ଗୁଣବତୀ 

କେଉଁ ଅବା ନର୫


ହାତେ ଶର ଧରି ବ୍ୟାଧ 

 ବୁଲେ ଅହରହ

ହାଲିଆ ଅଳସ ନାହିଁ 

 ଭାରି କର୍ମବୀର ୬


କେବେ ଠାରୁ ବୁଲୁଛି ସେ

 ନାହିଁ ଆଦି ଅନ୍ତ

ପଚାରିଲେ କହେ ସେ 

 ମୁଁ କର୍ତ୍ତବ୍ୟର ଦାସ୭


ମୁଁ ନିମିତ୍ତ ମାତ୍ର ଏହା

 ବିଧିର ନିର୍ଦ୍ଦେଶ

ଶିକାର ଖୋଜିବା ମୋର

 ଏକମାତ୍ର ଲକ୍ଷ୍ୟ୮


କହିବ ପାଠକ ଗଣ 

 ସେ ବ୍ୟାଧଟି କିଏ

କିଏ ତା ଶିକାର ପୁଣି

 କି ଜଙ୍ଗଲ ସିଏ?

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy