Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kishore Nayak

Tragedy

4  

kishore Nayak

Tragedy

"କିଏ ଜିତେ କିଏ ହାରେ "

"କିଏ ଜିତେ କିଏ ହାରେ "

1 min
19


କିଏ ଜିତେ କିଏ ହାରେ 

ଏଇ କର୍ମ ମୟ ଦୁନିଆରେ 

କିଏ ଏଠି ଉଡାଉଛି 

ବିଜୟର ଧ୍ୱଜା 

କିଏ ଏଠି ଥକି ପଡେ ସ୍ୱପ୍ନ ଦେଖି ଦେଖି 

ଜୀବନଟା ପାଲଟଇ 

ଖାଲି ଲୁହ ଭିଜା l

ନିଜ କର୍ମ, ଭାଗ୍ୟ ନେଇ 

ଏ ମଣିଷ ଚାଲୁଥାଇ 

ବେଳେ ବେଳେ ସାଜେ ପୁଣି 

ସମୟର ଦାସ 

ହାରିବା ଜିତିବା ସବୁ ବିଧିର ବିଧାନ 

ବୃଥାରେ ମଣିଷ ସିନା

କରେ ଅବଶୋଷ l

ନିଜ ପରିଶ୍ରମ ବଳେ 

ଏ ମଣିଷ ମହୀ ତଳେ 

ଜୀବନରେ ପାଏ ପୁଣି 

କେତେ ସଫଳତା 

କିଏ ଯିବ କେତେ ଦୂର ନିଜ କର୍ମ ଘେନି 

ଆଗରୁ କପାଳେ ସବୁ 

ଲେଖିଛି ବିଧାତା l

କପାଳରେ ଅଛି ଯାହା 

ହୋଇବ ତ ନିଶ୍ଚେ ତାହା 

ସମୟ ତ ଟାଣିନେବ 

ସେଇ ପଥେ ପଥେ 

ମଣିଷ ତ ଏଠି ନିମିତ୍ତମାତର 

ବୃଥାରେ ଗରବ ସିନା 

କରୁଥାଏ ଏତେ l

ସ୍ୱପ୍ନ ସବୁ ଜୀବନରେ 

ସତ କେବେ ହୁଏନାରେ 

ଯାହା ମିଳିବାର ଅଛି 

ମିଳିବ ନିଶ୍ଚୟ 

ପାଇବାର ନାହିଁ ଯାହା ତାକୁ ଆଶା କରି 

ଅକାରଣେ ଜୀବନଟା

ହୁଏ ଦୁଃଖମୟ l

ମଣିଷ ଚାଲିଛି ଏଠି 

ଅଦୃଶ୍ୟରେ ପଡି ଉଠି 

ଜାଣେନା ସେ କୁଆଡେ ତା'

ଜୀବନର ଗତି 

ଏ ଜୀବନ ଚଲାପଥେ ତଥାପି ମଣିଷ

ବଞ୍ଚିବାର ଅନ୍ବେଷଣେ 

ଚାଲୁଥାଏ ନିତି l

                       


Rate this content
Log in

Similar oriya poem from Tragedy