କିଛି ସ୍ମୃତି
କିଛି ସ୍ମୃତି
କିଛି ସ୍ମୃତି
ମନ ଆକଶରେ ଆଙ୍କି ହେଉଥିବା
ଇନ୍ଦ୍ରଧନୁର ପ୍ରୀତି
ଝରା ଶେଫାଳିର ମହକରେ ଭରା
ବିଦୀର୍ଣ୍ଣ ମଧୁ ରାତି
କିଛି ସ୍ମୃତି
ଭଙ୍ଗା ହୃଦୟ ଜର୍ଜରିତ ମନ
ଭିନ୍ନ ଏକ ଆସକ୍ତି
ପ୍ରେମ ପ୍ରଣୟ ମିଳନ ବିଚ୍ଛେଦ
ଅଶ୍ରୁଳ ଅନୁଭୂତି
କିଛି ସ୍ମୃତି
ଶୃଙ୍ଗାର ରସେ ଭିଜି ଯାଇଥିବା
ଲବଣ୍ୟମୟ କାନ୍ତି
ଆଦ୍ୟ ଯୌବନ ଆଭାରେ ସିକ୍ତା
ପ୍ରଣୟିନୀର ଦୀପ୍ତି
କିଛି ସ୍ମୃତି
ତୃଷ୍ଣାତୁର ମନେ ଶ୍ରାବଣ ଲାଳସା
ମିଳନର ଅନୁରକ୍ତି
ସହସ୍ର କମ୍ପନ ମୁଦ୍ରିତ ନୟନ
ବିରହ ର ଶେଷ ଚୁକ୍ତି ।