STORYMIRROR

Amulya Kumar Nayak

Abstract

3  

Amulya Kumar Nayak

Abstract

ଜଳ ହିଁ ଜୀବନ

ଜଳ ହିଁ ଜୀବନ

1 min
186


ଚତୁର କାଉର ଚତୁର କାହାଣୀ

   ଭୁଲିନାହିଁ ଏହି ମନ

ଗୋଡ଼ି ପକାଇଣ ମାଠିଆ ପାଣିରେ

  ବଂଚାଇଲା ତା'ର ପ୍ରାଣ ।।

ଘୋର ବନେ ପୁଣି ମୃଗୁଣୀ ଡାକରେ

   ନଭୁ ବରଷିଲା ବାରି

କେଡେ ବଡ ସେହି ବିପଦୁ ଉଦ୍ଧାରି

   ପ୍ରଭୁ କଲେ ତାକୁ ପାରି ।।

ସେହି ଜଳ ପାଇଁ ଶ୍ରବଣ କୁମାର

   ହରାଇଲା ପିତୃପିଣ୍ଡ

ରାଜା ଦଶରଥ ହେଲେ ଅଭିଶପ୍ତ

   ରାମାୟଣ ଲଙ୍କାକାଣ୍ଡ ।।

ଜଳ ହିଁ ବରଷା ଜଳ ହିଁ ଭରସା

   ଚଳେ ଜଗତର ପ୍ରାଣୀ

ସେ ଜଳରୁ ଜାତ ମାତା ଲକ୍ଷ୍ମୀମାତ

   ଶ୍ରୀମନ୍ଦିରେ ପୁଣି ଟଙ୍କ ତୋରାଣୀ ।।

ଜଳ ହିଁ ଜୀବନ ଜଳ ମୂଲ୍ଯବାନ

    ତିନିଭାଗ ଜଳମହୀ

ହେ ବିଶ୍ବ ନିୟନ୍ତା ଦୂର ତବ ଚିନ୍ତା

   ଆମେ ଖାଲି ଭୋଗଗ୍ରାହୀ ।।

ବାପା ପିଉଥିଲା ଝରଣାର ପାଣି

    ପୁଅ ନଳକୂଅ ପାଣି

ନାତି ପିଇଲାଣି ବୋତଲେ ପୁରାଇ

    ପାଉଚ ପ୍ଯାକେଟ କିଣି ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract