Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Fantasy

3  

Prahallad Sahoo

Abstract Classics Fantasy

ଖୁସିର ଠାକୁର

ଖୁସିର ଠାକୁର

1 min
161



ଆହେ, ଭାବ ବିନୋଦିଆ ଜଗତ ଠାକୁର

ଆହା କି ସୁନ୍ଦର ଦିଆ ନିଆ ଭାବ ତୋର

ତୋର ଭାବରେ ଯିଏ ଥରେ ପଡିଛି ବନ୍ଧା

ଲୋଡା ନାହିଁ ଆଉ କିଛି ଘର ଅବା ଦ୍ବାର।।

କି ଅବା ଅଛି ମୋ ପାଶେ ଦେବାକୁ ତତେ

ସବୁ ତ ତୋହରି ଦାନ ଆହେ, ଜଗତ ସାଇଁ

ଏତେ ବଡ ଦୁନିଆର କେହି ନୁହେଁ କାହାର

ତୋର କୃପା ବିନା ଖୁସି କେଉଁଥିରେ ନାହି।।

ଦେଇ ପାରିନାହିଁ କିଛି ସବୁ ତୋ ଠାରୁ ପାଇଛି

ମାଗି ଶିଖି ନାହିଁ ଖାଲି ତତେ ହରକତ କରୁଛି

ବୁଝି ପାରୁନାହିଁ ମୋହ ମାୟାରେ ଘାଣ୍ଟି ହେଉଛି

କହି ପାରୁନାହିଁ ମନେ ମନେ ବିଷାଦ ଗଣୁଛି।।

କିଛି ନକହିଲେ ବି ସବୁ ତ ବୁଝୁଛ ତୁମେ ମୋର

କିଛି ନମାଗିଲେ ବି ସବୁ ତ କରିଅଛ ଭରପୁର

କିଛି ନ ଭାବିଲେ ବି ତୁମେ ମୋ ଭାବର ଠାକୁର

କିଛି ନ ଶୁଣିଲେ ବି ତୁମେ ଶୁଣିଛ ଦୁଃଖ ମୋର।।

ଦିଆ ନିଆର ଭାବ ତୁମଠୁଁ ଅଧିକ କିଏ ବା ଜାଣିଛି

ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ତୁମରି ସୃଷ୍ଟି

ଏ ବିଶାଳ ସଂସାର ଗଢିଛ ତୁମେ କେତେ ଯତ୍ନ କରି

କର୍ମ ଅବଳେ ପ୍ରାଣୀ ମରେ ତୁମ ନାମକୁ ପାସୋରି।।


Rate this content
Log in

Similar oriya poem from Abstract