STORYMIRROR

Satyabati Swain

Fantasy Others

4  

Satyabati Swain

Fantasy Others

ଖୋଳପା

ଖୋଳପା

1 min
183

ବହଳେ ଅନ୍ଧାର

ମେଞ୍ଚାଏ ଖାଁ ଖାଁ

ଛାତିଏ ଅସ୍ତ ବ୍ୟସ୍ତତା

ମଗେ ପାଣି ପାଇଁ

ଆଉଟୁ ପାଉଟୁ ପାଟି

ଗୋଟିଏ ଧାଡିରେ ଠିଆ

ବାଲଟି ଧରି

ଧନୀ, ମାନିଠୁ ଗରିବ ।

ମହମବତୀ

ଦିଆସିଲି

ଲଣ୍ଠନ ଡିବିରି

କିରୋସିନି

ବେଟ୍ରି ପକା ଟର୍ଚ୍ଚ

ଚୂଡ଼ା

ବିଞ୍ଚଣା

ଇନ୍ଭଟର

ଜେନେରେଟର

ଶବ୍ଦର ପୃଥିବୀରେ

ହାଉ ହାଉ ହେଉଥିଲା

ରନ୍ଧା ଖାଦ୍ୟ

ଆଶ୍ରୟ ସ୍ଥଳ ଘୋ ଘୋ

ମଡା ଚକଟାରେ ।

ବତୀଖୁଣ୍ଟ

ଶକ୍ତି ହରଣ କରି ନେଇଥିଲା କିଏ

ଲମ୍ବ ଜାଲି ହାମୁଡେଇ ପଡ଼ିଥିଲେ

ଗଛ ପଡ଼ିଥିଲେ ଫାଆଁ ଗାଳି

କବନ୍ଧ ପରି

ଆମ୍ବଙ୍କ ମୁଣ୍ଡ ଫାଟୁଥିଲା ଠୋ ଠା

ଆଜ୍ ବେଷ୍ଟ୍ , ଚାଳ

ଲଙ୍ଗ ଜମ୍ପ ଡେଉଁ ଥିଲେ

ପବନ ତଣ୍ଟିଆରେ ।

ଫୋନ୍ ର ପେଟ କାମୁଡୁଥିଲା

ବିନା ଖାଦ୍ୟରେ

ନିବୁଜ ଝରକା

ଖୋଲା ଥିଲା ଅହରହ

ଘର ଛାତ ହୋଇଯାଇଥିଲା

ମାର୍ବଲ ଚଟାଣ

ଆକାଶ ଛାତ ତଳେ

ସୁକୁ ସୁକୁ ହେଉଥିଲେ

ସବୁ କାଚ ଘର ।

ସେ ଆସିଲା

ସବୁ ଗର୍ବ, ଅହମିକା, କ୍ଷମତା, ପ୍ରତିଷ୍ଠା

ଚୁନା କରି

ସାମ୍ୟବାଦ ଶଙ୍ଖ ଫୁଙ୍କି ଦେଲା

ପୁଣି ଚିହ୍ନାଇଁ ଦେଲା

କେତେ ଅସହାୟ ଛାର ମଣିଷ

ପ୍ରକୃତି ପାଖେ

ବୋଧେ ଆମେ ଆଜି ଯାଏ

ମୋହ ଗ୍ରସ୍ତ ଥିଲେ

ଆସ ଫିଙ୍ଗି 'ଖୋଳପା'

ସତରେ ବଞ୍ଚିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy