STORYMIRROR

Satyanarayan Sahoo

Comedy Romance Classics

4  

Satyanarayan Sahoo

Comedy Romance Classics

କହଇ ମନ ଆରେ ମୋ ବୋଲ କର

କହଇ ମନ ଆରେ ମୋ ବୋଲ କର

1 min
378

କହଇ ମନ ଆରେ ମୋ ବୋଲ କର

ଖାସି ଖିଆ ବୁଦ୍ଧି ତୁ ଛାଡ ସତ୍ୱର ।


ଗାନ୍ଧୀ ଦିନେ ଖାସି ମାଂସ ଖଣ୍ଡେ ଚାଖି

ଘାଣ୍ଟି ହେଲା ପେଟ ତାର ମେଁ ମେଁ ରଡି ।


ଅତି ନିଉଛୁଣା କରିଲା ଗାନ୍ଧୀ କୁ

ଚାତର ଦେଖାଇ ଖାସି ତୁ ଖାଉଛୁ ।


ଛାଡ ଖାଇ ଦିନ ତୁ ଛାଡି ନ ପାରୁ

ଯମ ସାଜି କେତେ ଖାସି ଙ୍କୁ ରେ ମାରୁ ।


ଝୋଳ କରି ମାଂସ ଦେଉଚୁ ତୁ ଖାଇ

ଆରେ ମନ ମୋ ର ବୋଲ ମାନୁ ନାହିଁ ।


ଟାକୀ କି କହୁଛି ମାନ ରେ ମୋ ବୋଲ

ଠା ସୁକୁମାରି , ଓ ଠକି ଠକି ମୂଲ ।


ଡରାଇ ଚୋରାଇ କେତେ ଦିନ ଆଲୋ

ଢାମୁଆ ସାଜି କି ତୁ ଖାଉ ଥିବୁ ଲୋ ।


ନାଟ କରୁ ତୁଇ ତୋ ପେଟ ଟି ପାଇଁ

ତାଧିନ ତାଧିନ୍ ତା , ଧେ ଇ କି ଧିଇ ।


ଥକି ପଡିଲେ ତୁ ଯାଉଛୁ ବିଶ୍ରାମ

ଦଣ୍ଡେ ଶୋଇ ଦେଖୁଚୁ କେତେ ସପନ ।


ଧିଆନେ ବସିକି ଧିଆନୀ ଯେସନ

ନିଶ୍ୱାସ ପ୍ରଶ୍ୱାସ ମକୁ କରି ରୋଧନ ।


ପହୁଡ଼ି ପଡୁ ଆରେ ମନ ତେସନେ

ଫକର ଫକ ଡିଆଁ ମାରୁ ସପନେ ।


ବେଙ୍ଗ ଡିଆଁ ପରି ରେ ରାତି ଦିନେ

ଭଲ ପାଇଁ କହେ ମୋର କଥା ମାନେ ।


ମୋ ବୋଲ କରରେ କହଇ ମୁଁ ତୋତେ

ଯମ ହାତେ ବନ୍ଧା ହେବୁ ଜାଣୁ ନିଶ୍ଚେ ।


ରହିଥା ଖସିବୁ ତାକୁ ଦେଇ ଲାଞ୍ଚ

ଲଣ୍ଡ ଭଣ୍ଡ ହୋଇ ଧନ ତୁହି ସଞ୍ଚ ।



Rate this content
Log in

Similar oriya poem from Comedy