କହଇ ମନ ଆରେ ମୋ ବୋଲ କର
କହଇ ମନ ଆରେ ମୋ ବୋଲ କର
କହଇ ମନ ଆରେ ମୋ ବୋଲ କର
ଖାସି ଖିଆ ବୁଦ୍ଧି ତୁ ଛାଡ ସତ୍ୱର ।
ଗାନ୍ଧୀ ଦିନେ ଖାସି ମାଂସ ଖଣ୍ଡେ ଚାଖି
ଘାଣ୍ଟି ହେଲା ପେଟ ତାର ମେଁ ମେଁ ରଡି ।
ଅତି ନିଉଛୁଣା କରିଲା ଗାନ୍ଧୀ କୁ
ଚାତର ଦେଖାଇ ଖାସି ତୁ ଖାଉଛୁ ।
ଛାଡ ଖାଇ ଦିନ ତୁ ଛାଡି ନ ପାରୁ
ଯମ ସାଜି କେତେ ଖାସି ଙ୍କୁ ରେ ମାରୁ ।
ଝୋଳ କରି ମାଂସ ଦେଉଚୁ ତୁ ଖାଇ
ଆରେ ମନ ମୋ ର ବୋଲ ମାନୁ ନାହିଁ ।
ଟାକୀ କି କହୁଛି ମାନ ରେ ମୋ ବୋଲ
ଠା ସୁକୁମାରି , ଓ ଠକି ଠକି ମୂଲ ।
ଡରାଇ ଚୋରାଇ କେତେ ଦିନ ଆଲୋ
ଢାମୁଆ ସାଜି କି ତୁ ଖାଉ ଥିବୁ ଲୋ ।
ନାଟ କରୁ ତୁଇ ତୋ ପେଟ ଟି ପାଇଁ
ତାଧିନ ତାଧିନ୍ ତା , ଧେ ଇ କି ଧିଇ ।
ଥକି ପଡିଲେ ତୁ ଯାଉଛୁ ବିଶ୍ରାମ
ଦଣ୍ଡେ ଶୋଇ ଦେଖୁଚୁ କେତେ ସପନ ।
ଧିଆନେ ବସିକି ଧିଆନୀ ଯେସନ
ନିଶ୍ୱାସ ପ୍ରଶ୍ୱାସ ମକୁ କରି ରୋଧନ ।
ପହୁଡ଼ି ପଡୁ ଆରେ ମନ ତେସନେ
ଫକର ଫକ ଡିଆଁ ମାରୁ ସପନେ ।
ବେଙ୍ଗ ଡିଆଁ ପରି ରେ ରାତି ଦିନେ
ଭଲ ପାଇଁ କହେ ମୋର କଥା ମାନେ ।
ମୋ ବୋଲ କରରେ କହଇ ମୁଁ ତୋତେ
ଯମ ହାତେ ବନ୍ଧା ହେବୁ ଜାଣୁ ନିଶ୍ଚେ ।
ରହିଥା ଖସିବୁ ତାକୁ ଦେଇ ଲାଞ୍ଚ
ଲଣ୍ଡ ଭଣ୍ଡ ହୋଇ ଧନ ତୁହି ସଞ୍ଚ ।

