ଖାସ୍ ତୁମ ପାଇଁ
ଖାସ୍ ତୁମ ପାଇଁ
ଖାସ୍ ତୁମ ପାଇଁ
ନିତି ବସେ ଅଭିସାରିକା ସାଜି
ତୁମ ଆସିବା ବାଟକୁ ଚାହିଁ
ବିରହ ବେଦନାର ଅନ୍ଧାରରେ
ସାରାରାତି ରହି ଉଜାଗର
ଆଖିର ଲୁହରେ ଜାଳେ ଦୀପାଳି
ଆଲୋକିତ କରିବାକୁ ପ୍ରେମର ଭୂଇଁ
ରହି ଦୁଃଖର ଛାଇରେ
ଶୁଭ ମନାସେ ଖାସ୍ ତୁମ ପାଇଁ
ଜୀବନ ସଳିତା ଯାଏ ଜଳି ଜଳି
ଦୀପର ବକ୍ର ମଙ୍ଗ ଛୁଇଁ
ରାତି ସରେ ସରେନା ସପନ
ଦାରୁଣ ନିଦାଘର ନିସଙ୍ଗତାରେ
ଯନ୍ତ୍ରଣା ଦିଏ ସୁରୁଜ ଉଇଁ
ରହିଥାଏ ତୁମ ଆସିବା ବାଟକୁ ଚାହିଁ
ଖାସ୍ ତୁମ ପାଇଁ
ସପନ ଆକାଶ ରଙ୍ଗେ ରଙ୍ଗାୟିତ
ବିରହ ଖରାରେ ତନୁମନ ତାତି ଡେଇଁ
ଯୌବନର ଫୁଲ ମଉଳି ଝାଉଁଳି
ମଳିନେ ଫିକା ପଡି଼ ଯାଏ
ଧୈର୍ଯ୍ୟର ସୀମା ଆଉ ରହେ ନାହିଁ
ପ୍ରୀତିର ଅନଳ ଦେହ ଦହି
ପୋଡ଼ି ଦିଏ କାମନାର ଆଶା
ତୁମ ଆସିବା ବାଟକୁ ଚାହିଁ
ଖାସ୍ ତୁମ ପାଇଁ
ରୁଦ୍ଧ ହୁଏ ପ୍ରାଣର ପୁଲକ
ଅଣନିଃଶ୍ବାସରେ ହୁଏ ଧଇଁସଇଁ
ପ୍ରେମର ଜୁଆର ବୁଡାଇ ମାରେ
ଏକା ଏକା ଅସହାୟରେ
କାନ୍ଦେ ଖାଲି କଇଁକଇଁ
ବିଚ୍ଛେଦର ସକାଳ ଆସେ ଧାଇଁ
ବାହୁନେ ବିଳାପି ପ୍ରେମୀ କପୋତୀ
ତୁମ ଆସିବା ବାଟକୁ ଚାହିଁ
ଖାସ୍ ତୁମ ପାଇଁ।