STORYMIRROR

Kabiratna Nutan Kumar Behera

Drama Classics

3  

Kabiratna Nutan Kumar Behera

Drama Classics

କେଳି କୁଞ୍ଜ କୋଳେ କଳା କହ୍ନେଇ

କେଳି କୁଞ୍ଜ କୋଳେ କଳା କହ୍ନେଇ

1 min
209

     


ନାହିଁ ନାହିଁ ତ... ନାହିଁ ନାହିଁ ତ...

          ରାଧାକୃଷ୍ଣ ପରି ପ୍ରେମ ନାହିଁ ତ

ଦେଖି ଚକିତ ଜୀବ ଜଗତ

         ନାହିଁ ନାହିଁ ତ... ନାହିଁ ନାହିଁ ତ

         ରାଧାକୃଷ୍ଣ ପରି ପ୍ରେମ ନାହିଁ ତ.…।୦।

କେଳି କୁଞ୍ଜ କୋଳେ କଳା କହ୍ନେଇ

          ତାଳେ ତାଳେ ଦିଏ ବଂଶୀ ବଜାଇ,

ଧାଇଁ ଆସେ ରାଧା ବିଭୋର ହୋଇ

         ଛନ୍ଦେ ଛନ୍ଦେ ନାଚେ ପାଦ ମିଳାଇ।

ନିତ୍ୟ ରାସେ ଶିରୀ ହସି ଉଠଇ

            ସ୍ଵରେ ସ୍ଵରେ ମନ ମୁଗ୍ଧ ହୁଅଇ,

ସେ ବଂଶୀ ସ୍ଵନ ଶୁଭେ ରାଇ ରାଇ

            ପ୍ରେମ ମଧୁ ଝରି ମୁଗ୍ଧ କରଇ।

ହୁଏ ମୋହିତ...ଭାବେ ଭକତ...

            ନାହିଁ ନାହିଁ ତ... ନାହିଁ ନାହିଁ ତ

            ରାଧାକୃଷ୍ଣ ପରି ପ୍ରେମ ନାହିଁ ତ...

ଯମୁନା ପୁଲିନ କଦମ୍ବ ମୂଳ

         ହୋଇ ଉଠେ ବେଗେ ଚଳ ଚଞ୍ଚଳ,

ଭାବ ଭକ୍ତି କରେ ଜ୍ୟୋତି ଉଜ୍ଜ୍ୱଳ

            ଏକ ଆତ୍ମା ରାଧାକୃଷ୍ଣ ଯୁଗଳ।

କେଳି କୁଞ୍ଜ କୋଳେ କଳା କହ୍ନେଇ

         ଏ ସଂସାରକୁ ପ୍ରେମେ କରେ ବାଇ,

ମନେ ପ୍ରାଣେ ଦିଏ ରଙ୍ଗ ଲଗେଇ

       ଯେତେ ଦୁଃଖ ଶୋକ ଯାଏ ଦୂରେଇ।

ପ୍ରେମେ ଜଡ଼ିତ... ଲାଗେ ଅମୃତ...

           ନାହିଁ ନାହିଁ ତ... ନାହିଁ ନାହିଁ ତ

           ରାଧାକୃଷ୍ଣ ପରି ପ୍ରେମ ନାହିଁ ତ...

ଜୀବ ପରମ ବେନି ଦେହେ ଥାଇ

          ମନ ଆତ୍ମା ସାଥେ ଲୀଳା କରଇ,

ଶରୀର କଦମ୍ବ ଗଛ ଯେ ଅଟଇ

           ମନ ତାର ପରା ଯମୁନା ନଈ।

କେଳି କୁଞ୍ଜ କୋଳେ କଳା କହ୍ନେଇ

            ମଧୁବନ ତା' ସଂସାର ଅଟଇ,

ବଂଶୀ ନାଦ ସମ ପ୍ରଶ୍ଵାସ ହୋଇ

           ପରମ ଆନନ୍ଦେ ମୁକ୍ତି ଲଭଇ।

କୃଷ୍ଣରାଧା ତ... ଜୀବନ ସ୍ରୋତ...

          ନାହିଁ ନାହିଁ ତ... ନାହିଁ ନାହିଁ ତ

          ରାଧାକୃଷ୍ଣ ପରି ପ୍ରେମ ନାହିଁ ତ...।

   



Rate this content
Log in

Similar oriya poem from Drama