STORYMIRROR

Sunanda Mohanty

Abstract Drama Classics

3  

Sunanda Mohanty

Abstract Drama Classics

ସଦଭାବନା

ସଦଭାବନା

1 min
135


ଏ ବାସ୍ନା ଭରା ରାତି

ତୃଷ୍ଣା ଜାଗେ ନିତି

ତୁମେ ଆସୁଛକି ମୋ ଚନ୍ଦନ ସାଥୀ

କସ୍ତୁରୀ କସ୍ତୁରୀ ମନ ଉଠେ ମାତି

ଏ ଫଗୁଣ ବୋଳା ତାତି

ଶ୍ରାବଣୀ ଝରା ସ୍ମୃତି

ତୁମେ ଆସୁଥା ଏମିତି ପାହାନ୍ତି

ସ୍ଵପ୍ନ ନହେଉ ଇତି ରାତି ନଯାଉ ବିତି

ମନ ସଦା ପ୍ରଜାପତି

ବସନ୍ତ ବାସଭରା ପୂର୍ଣ୍ଣ ପ୍ରୀତି

ମଶାଣୀ ଜୁଇ ରଖନା ସଜାଇ ଜାଳି ବତୀ

ବଢ଼ିଯାଉ ସଦଭାବନା ଶାନ୍ତି ମୈତ୍ରୀ

ଗାଇ ପ୍ରେମର ଗୀତି

ରଖି ଅନ୍ତରେ ଭକ୍ତି

ଋତୁ ସବୁ ସାଜି ସଜବତୀ ଫୁଲମତି

ଜହ୍ନ ହସୁଥାଉ ଆକାଶେ ଜାଗି ପ୍ରୀତି

ହୃଦୟେ ସୂପ୍ତି ସଂପୃକ୍ତି

ମନ ବୀଣାରେ ଝଙ୍କୃତି

ଦେବଦାସୀ କଳଗାଉଣା ଗୀତା ଓ ଗୀତି

ଓଡିଶା ଆରାଧ୍ୟ ଜଗନ୍ନାଥ ବିଦେଶ ସଂସ୍କୃତି

ନପାହୁ ରାତି ନମରୁ ପତି

ଯୋଉ ଦେଶର ରୀତି

ସେ ଦେଶ ରାଇଜେ ଢାଳେ ପ୍ରଣତି

ଛପି ଛପି ମନ ବୃନ୍ଦାବନେ ଆସ ଶ୍ରୀପତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract