STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

କେହି ରହିନାହିଁ

କେହି ରହିନାହିଁ

1 min
234


ବିଚିତ୍ର ଚିତ୍ର ୟେ ଭବରଙ୍ଗ ଭୂମି ବିଚିତ୍ର ଜୀବନ ଖେଳ

ନିଜ ନିଜ ଅଭିନୟ ସରିଗଲେ ଡାକିନେବ ଆସି କାଳ

ଜନ୍ମ ପରେ ମୃତ୍ୟୁ ନିଶ୍ଚୟ ଆସିବ ଉପଗତ ହେଲେ ବେଳ

କେହି ରହିନାହିଁ ରହିବେ ନାହିଁଟି ଏହି ବିଧାନ ବିଧିର ।।


ମରଣ ନଜାଣେ କଞ୍ଚା କି ପାଚିଲା ନଜାଣେ ବାଳୁତ ବୃଦ୍ଧ

ପ୍ରାଣ ଛାଡି ଗଲେ ଆସି ନେବେଧରି ମହାକାଳ ଯମ ଦୂତ

ଉଡିଯିବ ସୁନାଶୁଆ ୟେ ଦେହରୁ ପଡିଥିବ ମାଟିଘଟ

ମିଶିଯିବ ଦେହ ପଞ୍ଚ ଉପାଦାନେ ତୋ ଶରୀର ପଞ୍ଚଭୂତ ।।


ଅଢେ଼ଇ ଦିନକୁ ଏତେ ତୋ ବଡେଇ ତୁଛା ମାନ ଅଭିମାନ

ସବୁଜାଣି ଶୁଣି ଅଜଣା ପଣରେ ହରାଉ ତୋ ଦିବ୍ୟଜ୍ଞାନ

ତୋପାସରେ ଦିବ୍ୟଜ୍ଞାନ ଅଛି ତେଣୁ ତୁ ଯେ ଅମୃତ ସନ୍ତାନ

ଯେତେଦିନ ଏଇ ସଂସାର ରେ ଅଛୁ ଛାଡ ଅସ‌ହିଷ୍ଣୁ ପଣ ।।


ଜୀବ ଚାଲିଯିବ ନାମ ରହିଯିବ ମରି ତୁ ଅମର ହେବୁ

ସତକର୍ମ ବଳେ କବି କହେ ତୁରେ ମୃତ୍ୟୁଞ୍ଜୟୀ ହୋଇଯିବୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller