STORYMIRROR

Sarojini Mishra

Tragedy

3  

Sarojini Mishra

Tragedy

କେବେ ପଚାରି ନ ଥିବା ପ୍ରଶ୍ନ

କେବେ ପଚାରି ନ ଥିବା ପ୍ରଶ୍ନ

1 min
153


ଜୀବନର ଅପରାହ୍ନ ଛାଇରେ 

ଠିଆ ହୋଇ

ମନରେ ଉଠୁଛି ଅନେକ ପ୍ରଶ୍ନ

ଯାହା କେବେ ପଚାରି ବି ନାହିଁ ।

ହଁ,

ଏବେ ମୋ ପାରିଲା ପଣିଆ ମାନେ

ଦିଗ୍ ଭ୍ରାନ୍ତ ହେଲେଣି _

କାନ ହରାଇ ବସିଲାଣି ତା ଶକ୍ତି

ଆଖି ମଧ୍ୟ ଝାପ୍ସା ହେଲେଣି

ଏମିତି ସମୟେ ତୁ ମୋତେ

ଘରୁ କାଢି ଦେବୁନି ତ ?


ମୋ ହସ୍ତାକ୍ଷର ର ଦସ୍ତାବିଜ୍

ତୋତେ ଦେଇ ଦେଲା ପରେ

ମୁଁ ତୋ ପାଖେ ଅଚିହ୍ନା 

ହୋଇ ଯିବିନି ତ ?


ମୋ ଜୀବନର ଶେଷ ଅଙ୍କେ

ଯେବେ ମନ ଏଣୁ ତେଣୁ କୁହେ

ତାକୁ ଶୁଣିବାକୁ ତୁ ପାଖରେ ଥିବୁ ତ ?


ହାତ ପାଦ ଅଚଳ ହୋଇ 

ବେସାହାରା ହେଲେ

ତୋ ସାହାରା ମୋତେ ମିଳିବ ତ ?


ଶେଜରେ ପଡ଼ି ଯଦି 

ଛଟ ପଟ ହୁଏ

ଶେଜ ପାଖେ ବସି ଟିକିଏ

ମୋ ମୁଣ୍ଡରେ ହାତ ରଖି

ସ୍ନେହ ବୋଳା ଆଶ୍ଳେଷ ଦେବୁ

ନା

ଅଣଦେଖା କରି ଚାଲିଯିବୁ ?


ଶେଜରେ ମୁଁ ପଡ଼ି ପଡ଼ି

ପୂତ୍ତି ଗନ୍ଧ ହେଲେ

ନାକେ ହାତ ଦେଇ

ଅଣଦେଖା କରି ଚାଲିଯିବୁନି ତ ?


ଜୀବନର ସମସ୍ତ ଚରମ ସତ୍ୟକୁ

ଆପଣେଇ ନେବାବେଳେ

ମୋତେ ଟିକିଏ ସମୟ 

ଦେଇ ପାରିବୁତ ?

ନା,

ହିସାବ ନିକାଶ କରି

ବେସାହାରା କରି ବିଦା କରିଦେବୁ ?



Rate this content
Log in

Similar oriya poem from Tragedy