STORYMIRROR

ଦୀପଙ୍କର ଦାସ

Tragedy Classics Fantasy

4  

ଦୀପଙ୍କର ଦାସ

Tragedy Classics Fantasy

କବିତା

କବିତା

1 min
563

କବିତା ମୁଁ ତୁମକୁ ଲେଖେନା ଭାବି ଭାବି

ଅଙ୍କର ପ୍ରଶ୍ନ ଭଳି ଜଟିଳ ହୋଇଯିବ ଭାବି

ମୁଁ ନୁହେଁ ଗଣିତଜ୍ଞ ଛୋଟ ଗୋଟେ କବି।


କବିତା ମୁଁ ତୁମକୁ ଲମ୍ବାଇ ଲେଖେନା

ଉପନ୍ୟାସ ଭଳି ଦିର୍ଘକାୟ ରଚନା

ତୁମେ ମୋର ଭାବନା ତୁମେ ମୋର କଳ୍ପନା।


କବିତା ମୁଁ ତୁମକୁ ଶବ୍ଦାଳଙ୍କାର ମଞ୍ଜିରେ

ପାରେନା ସୁନ୍ଦର ଭାବେ ଖଞ୍ଜି

ପଢ଼ୁ ପଢ଼ୁ ପାଠକର ଭାବ କାଳେ ଯିବ ହଜି।


ତୁମେ କବିର ଭାବନା ସଙ୍ଗୀତ ମୂର୍ଚ୍ଛନା

ବିରହି ପ୍ରେମିକର ଲୁହଭିଜା ଯନ୍ତ୍ରଣା

ସୁନ୍ଦରୀ ରମଣୀ ଲାଜର ଗହଣା।


ତୁମେ ଗୋପାଳ ମୁରଲୀ ଶ୍ୱନ

କୋଇଲି ମଧୁର ଗାନ

କେବେ ବନ୍ଦେ ମାତରମ୍ କେବେ ଜନଗଣମନ।


ତୁମ ମଧ୍ୟେ କେତେ ରସ

ତୁମେ ସଭିଙ୍କ ମନର ଶୋଷ

ତୁମ ପାଇଁ କେତେ କବି କେତେ କେତେ ଯଶ।


ତୁମକୁ ଗାଇ ଭ୍ରମର ଫୁଲର ମହୁ ଶୋଷଇ

ଅଝଟ ପିଲାଙ୍କୁ ମା ଦିଏ ଶୋଆଇ

ମନେ ବିଲାସିର ଦିଅ ଶିହରଣ ଖେଳାଇ।


ତୁମେ ମୋ ପ୍ରତିଭା ଦର୍ପଣ

ତୁମର ଚରଣେ ଏ ଦାସର ସର୍ବସ୍ବ ଅର୍ପଣ

ଏ କବିତା, କବିତା ତୁମକୁ ସମର୍ପଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy