STORYMIRROR

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

କବିର କଳ୍ପନା

କବିର କଳ୍ପନା

1 min
148


କବିର କଲମ    ଭାବନା କଳ୍ପନା

    ନୁହେଁ ଶବ୍ଦ ମୂଲ୍ୟହୀନ

ସୁଜିପାରେ ତାହା  କାବ୍ୟ ରାମାୟଣ

     ପୁରୁଷ ପୁରୁଷୋତ୍ତମ ।

ରଚିପାରେ ତାହା   ଗୋପ ବୃନ୍ଦାବନ

     ଭାଗବତ ସିଦ୍ଧଧାମ

ଯୁଦ୍ଧ କୁରୁକ୍ଷେତ୍ର    ପ୍ରଳୟ ବିଧ୍ୱ°ସ

      ସାଧୁଜନ ପରିତ୍ରାଣ ।

କବିର କଲମୁ     ହୁଅଇ ଉନ୍ମେଷ

      ଅବତାର ଭଗବାନ

ସ୍ୱାଧୀନ ସ୍ୱଚ୍ଛନ୍ଦ    ମୁକ୍ତ କବି ଛନ୍ଦ

      ସନାତନ ସୁଦର୍ଶନ ।

ଅସୀମ ତା ଶକ୍ତି    କାଳର ଗତିକୁ

      କରିପାରେ ପ୍ରତିହତ

ରୋମାଞ୍ଚେ ପୁଲକ   ଫୁଟାଏ କଦମ୍ବ

    ଗୁଞ୍ଜେ ଜୀବନ ସଙ୍ଗୀତ ।

କବିର କଳ୍ପନା    ସତ୍ଯ ଓ ସୁନ୍ଦର 

     ମଧୁମୟ ଜୀବନ୍ମୟ

ଉନ୍ମଷେ ଜୀବନ   ବିନାଶେ ଜଡତା

     ଶବ୍ଦବ୍ରହ୍ମ ମୃତ୍ୟୁଞ୍ଜୟ ।

 କବିର କଲମ     ସୁତୀର୍ଥ ପ୍ରସାଦ

      ବିଜୟର ମୂଳମନ୍ତ୍ର

ଉଦ୍ଦୀପ୍ତ ଆଲୋକ   ବିସରଣ ଉତ୍ସ

     କବିକୁଳ ସୂର୍ଯ୍ୟଚନ୍ଦ୍ର ।

ଗାଅ କବି ଗୀତ    ବରଷୁ ଅମୃତ

     ସ୍ୱଚ୍ଛେ ବହୁ ମନ୍ଦାକିନୀ

ସବୁଜ ସୁନ୍ଦର    ପଣତ ସମ୍ଭାଳି

    ହସୁ ମା ଧରଣୀ ରାଣୀ ।

  



Rate this content
Log in

Similar oriya poem from Action