STORYMIRROR

Sudeepta Suchismita Jena

Drama Inspirational Others

4  

Sudeepta Suchismita Jena

Drama Inspirational Others

କାଳିଆ ର ଲୀଳା

କାଳିଆ ର ଲୀଳା

1 min
15

ଜଗତର ନାଥ ତୁମେ ଆହେ ଜଗନ୍ନାଥ

ତୁମ ପାଦେ କରୁଚି ମୁଁ କୋଟି ପ୍ରଣିପାତ।


ବରଷକେ ଆସିଛି ହେ ତୁମ ରଥଯାତ

ବଡ଼ଦାଣ୍ଡେ କ୍ତତ୍ୟ କ୍ତତ୍ୟ ଏ ହୀନ ପତିତ ।


ପତିତପାବନ ତୁମ  ଏ ମାନବୀୟ ଲୀଳା

ଜଗତରେ ତୁମ ପରି କେହି ନ ହୋଈଲା।


ସ୍ନାନ ପୂର୍ଣ୍ଣିମା ରେ ପ୍ରଭୁ ଦିବ୍ୟ ସ୍ନାନ କଲ

ଜରେ ଦେହ କମ୍ପିଗଲା ବିଶ୍ରାମ ଲଭିଲ।


ଦିବ୍ୟ ମହୋଷଧି ରେ ତୁମ ହୋଇଲା ଚିକିତ୍ସା

ଫୁଲୁରୀ ତେଲ ର କି ଭାଗ୍ୟକି କରିବି ବାଖ୍ୟା।


ନବଯୌବନ ରେ ତୁମେ ଦେଲ ଦରଶନ

ଚତୃଦ୍ଦାମୂରତି ଦେଖି ଧନ୍ୟ ଏ ନୟନ।


ଆଷାଢ଼ ଶୁକ୍ଳ ଦ୍ଵିତୀୟା ପବିତ୍ର ତିଥିରେ

ରଥ ପରେ ବିରାଜିଲ ନବ ଦିନ ଯାତ୍ରାରେ।


ଭାଈ ଭଉଣୀକୁ ଧରି ତୁମେ ବୁଲି ଗଲ

ମା ପଦ୍ମାଳୟା ଙ୍କ ମନେ ଦୁଃଖ ଦେଲ।


ହେରା ପଂଚମୀ ରେ ପ୍ରଭୂ ମା ଙ୍କୁ ବଚନ ଦେଲ

ତହିଁ ପରଦିନ ପ୍ରଭୁ ରଥ ଦକ୍ଷିଣ ମୋଡ଼ କଲ।


ବାହୁଡା ଦଶମୀ ର ପବିତ୍ର ତିଥିରେ

ପୋଡ଼ପିଠା ଖାଇଲ ମାଉସୀ ଦୁଆରେ।


ରାଜନଗର ସାମନାରେ ମା ଙ୍କୁ ଭେଟ ହେଲ

ଲକ୍ଷ୍ମୀ ନାରାୟଣ ଭେଟ ତାହା ବୋଲାଇଲ।


ସୁନାବେଶ ଝଲସିବ ହେବ ଅଧରପଣା

ତୁମର ମହିମା ଠାକୁରେ କାହାକୁ ଅଜଣା।


ରସଗୋଲା ଭୋଗ ପରେ ହେବ ନୀଳାଦ୍ରି ବିଜେ

ଆର ବରଷ ଆଷାଢ଼ କୁ ଏଇ ମନ ଖୋଜେ।


ଜୀବ ଥିଲା ଯାଏ କାଳିଆରେ ତୋ ନାମ ତୁଣ୍ଡେ ଥାଉ

ତୋର ନାମ ଗାଇ ଗାଇ ଜୀବନ ମୋ ଯାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama